Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାପାକୁ ପଥରେ ଛେଚି ହତ୍ୟା କଲା ପୁଅ

ବାପାକୁ ପଥରେ ଛେଚି ହତ୍ୟା କଲା ପୁଅ

ONA Khabar 3 weeks ago

ଭୁବନେଶ୍ୱର: ରାଜଧାନୀରେ ପୁଣି ହତ୍ୟା। ବାପାକୁ ପଥର ଛେଚି ବିଭତ୍ସ ଭାବେ ହତ୍ୟା କଲା ପୁଅ l ପାରିବାରିକ କଳହ ଯୋଗୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ। ଏଭଳି ଅଭାବନୀୟ ହତ୍ୟାକଣ୍ଡ ଘଟଣା ମଞ୍ଚେଶ୍ଵର ଥାନା ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ୍ ପାଖରେ ଘଟିଛି। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ବାପାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।

ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ପିତୃହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲା ତାହାକୁ ନେଇ ଛାନ୍‌ଭିନ୍ ଚାଲିଛି। ସେହିଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣବାୟୁ ଉଡିଯାଇଛି। ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଅଟକ ରଖି ତଦନ୍ତ ଚଳାଇଛି କୁଚିଣ୍ଡା ପୁଲିସ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar