Monday, 21 Oct, 4.35 pm ONA Khabar

ହୋମ
ବେଆଇନ ପାର୍କିଂ ଫି ଆଦାୟ ଅଭିଯୋଗ : ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ

ଭୁବନେଶ୍ୱର : ଆଜି ବେଆଇନ ପାର୍କିଂ ଫି ଆଦାୟ ଅଭିଯୋଗରେ ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ କରାଯାଇଛି | ବିଜ୍ଞପ୍ତି ଜାରି କରାଯିବା ପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ବେଆଇନ ଭାବେ ପାର୍କିଂ ଫି ଆଦୟ କରାଯାଉଥିଲା । ବେଆଇନ ପାର୍କିଂ ଫି ଆଦାୟ ଅଭିଯୋଗରେ ରାଜଧାନୀର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଏ ନୋଟିସ ଜାରି କରିଛି । ବିଡିଏ ପକ୍ଷରୁ ସିମ୍ଫୋନି ମଲ, ଦ ଓ୍ଵାଲର୍ଡ, ଫୋରମ୍ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା, ପାଣ୍ଟାଲୁନ୍‌, ସହିଦ ନଗରସ୍ଥିତ ଭବାନି କମର୍ସିଆଲ୍ ଏନ୍‌କ୍ଲେଭ, ଏସ୍‌ପ୍ଲାନେଡ୍ ଓ୍ଵାନ୍‌, ଡିଏନ୍ ରିଗାଲିଆ ସମେତ ଆପୋଲୋ ହସ୍‌ପିଟାଲ, କଳିଙ୍ଗ ହସ୍‌ପିଟାଲ ଓ କେୟାର ହସ୍‌ପିଟାଲ ଆଦିକୁ ପାର୍କିଂ ଶୁଳ୍ପ ଆଦାୟ ରୋକିବା ଓ ୭ଦିନ ଭିତରେ ଅନୁପାଳନ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାର୍କିଂ ଅଂଚଳକୁ ଅନ୍ୟ କାମରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ତେଣୁ ନିର୍ଦ୍ଧାରିତ ଏରିଆକୁ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଡିଏ ଜାରି କରିଥିବା ନୋଟିସ ଅବମାନନା କରିଲେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ରେ ଭୁବନେଶ୍ୱରରେ ଥିବା ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଥିବା ନିଜସ୍ୱ ପାର୍କିଂ ଅଂଚଳରୁ ଲୋକଙ୍କଠାରୁ ଫି ଆଦାୟ କରାଯିବ ନାହିଁ ବୋଲି ବିଡିଏ କମିଶନର୍ କହିଥିଲେ ।

ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top