Dailyhunt
ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀବନ୍ତ ଦଗ୍ଧ

ONA Khabar 5 years ago

ଶେରଗଡ଼ : ଶେରଗଡ଼ ବ୍ଲକ୍ ଅନ୍ତର୍ଗତ କେ. କରଡ଼ାକଣା ପଞ୍ଚାୟତ ଅନ୍ତର୍ଗତ ଲାଓଗୁଡ଼ା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଅଗ୍ନିକାଣ୍ଡରେ ଗ୍ରାମର ୧୧ଟି ଘର ଓ୬ଟି ଗୁହାଳ ଜଳି ପାଉଁଶ ହୋଇଯାଇଛି । ଗୁହାଳରେ ବନ୍ଧା ହୋଇଥିବା ୯୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅଚାନକ ଏକ ପାଳଗଦାରେ ନିଆଁ ଲାଗିଯାଇଥିଲା । ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପୀ ଯାଇଥିଲା । ଯୁବ ସମାଜସେବୀ ଅରୁଣ ପ୍ରଧାନ ଏବଂ ଟୁନା ଚୌଧୁରୀ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଶେରଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ପୁଣି ଆସିକା ଦମକଳ ବାହିନୀ ଆସି ନିଆଁ ଆୟତ୍ତ କରିଥିଲେ ।

ସେତେବେଳକୁ ଗ୍ରାମର ବିପ୍ର ଗୌଡ଼, ହୀନ ଗୌଡ଼, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାଶ ଗୌଡ଼, ଚିଞ୍ଚେଇ, ଗୌଡ଼, କବିତା ଗୌଡ଼, ଟୁନା ଗୌଡ଼, ପାଣ୍ଡବ ଗୌଡ଼, ରାଜୁ ଗୌଡ଼, ବିଷ୍ଣୁ ଗୌଡ଼, ଲଡୁ ଗୌଡ଼ଙ୍କ ଘର ଓ ଗୁହାଳ ଜଳି ଯାଇଥିଲା ।

ଅଗ୍ନିକାଣ୍ଡରେ ଗୁହାଳରେ ବନ୍ଧା ହୋଇଥିବା ୯୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି । ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ଲାଓଗୁଡ଼ା ଗ୍ରାମରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ । କ୍ଷତିଗ୍ରସ୍ତଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ଦଶ ହଜାର ଲେଖାଏଁ ଟଙ୍କା ଓ ପାଲ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar