Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭିତରକନିକାରେ କୁମ୍ଭୀର ପ୍ରଜନନ ପ୍ରକ୍ରିୟା ଆରମ୍ଭ

ଭିତରକନିକାରେ କୁମ୍ଭୀର ପ୍ରଜନନ ପ୍ରକ୍ରିୟା ଆରମ୍ଭ

ONA Khabar 4 months ago

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ ପକ୍ରିୟା ଜାରି ରହିଛି । ଭିତରକନିକା ଏସିଏଫ୍‌ ମାନସ କୁମାର ଦାସଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଭିତରକନିକା ନଦୀ ନାଳ ସମେତ ଭିତରକନିକା ଜଙ୍ଗଲରେ କୁମ୍ଭୀରମାନଙ୍କ ବସାକୁ ଚିହ୍ନଟ କରୁଛନ୍ତି । ଏଥିସହ ଜୁଆର ପାଣି ମାଡି ଯାଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପକ୍ରିୟା ଆରମ୍ଭ ହୋଇଛି ।

ପ୍ରତିବର୍ଷ ମଇ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ । ମାଆ କୁମ୍ଭୀର ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ । ନାଳଠୁ ଉଚ୍ଚା ସ୍ଥାନରେ ବସା କରିଥାଏ । ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ । ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା' ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar