Dailyhunt
ଭୃଷଙ୍ଗ ପତ୍ରରେ ଭରି ରହିଛି ଏହି ଔଷଧୀୟ ଗୁଣ

ଭୃଷଙ୍ଗ ପତ୍ରରେ ଭରି ରହିଛି ଏହି ଔଷଧୀୟ ଗୁଣ

ONA Khabar 5 years ago

ଭୁବନେଶ୍ୱର : ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ। ହେଲେ ଅଧିକାଂଶ ଲୋକ ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍‌ପୁର। ଭିଟାମିନ ଏ, ବି, ସି, ଏମିନୋ ଏସିଡ୍‌, କ୍ୟାଲ୍‌ସିୟମ, ଫାଇବର୍‌, ପ୍ରୋଟିନ୍‌, ଫସ୍‌ଫରସ୍‌ ଓ ଆଇରନ୍‌ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି । ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବା ସହିତ ଓଜନ କମାଇବା ପାଇଁ ଏହି ପତ୍ର ସାହାଯ୍ୟକାରୀ ହୋଇଥାଏ ।

ଭୃଷଙ୍ଗ ପତ୍ର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନାଏଡର ଏକ ଉତ୍ତମ ଉତ୍ସ । ଏହା ଶରୀରରେ ବ୍ଲଡ୍ ସୁଗର ଲେବେଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟ୍ ଅବଶୋଷଣକୁ ପ୍ରତିରୋଧ କରିଥାଏ ।

ସକାଳେ ଖାଲି ପେଟରେ ୧୦-୧୨ଟି ପତ୍ର ଚୋବାଇ ଖାଇଲେ ୟୁରିକ୍ ଏସିଡ୍ ମଧ୍ୟ ନିୟନ୍ତ୍ରିତ ରହିଥାଏ ।

ଭୃଷଙ୍ଗ ପତ୍ର ବ୍ୟବହାର ଦ୍ୱାରା ବ୍ଲଡ଼୍‌ ସୁଗରକୁ ଆୟତ୍ତ କରାଯାଇପାରିବ। ଏଥିରେ ଥିବା ଫାଇବର୍‌ ଇନ୍‌ସୁଲିନ୍‌ ଉପରେ ଭଲ ପ୍ରଭାବ ପକାଇଥାଏ। ଫଳରେ ବ୍ଲଡ଼ ସୁଗରର ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ସହିତ ଏଥିରେ ଆଇରନ ଭରପୁର ମାତ୍ରାରେ ଥାଏ। ଅନ୍ୟପକ୍ଷରେ ଏଥିରେ ଥିବା ଭିଟାମିନ୍‌ ଏ ଓ ସି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଯଦି ଶରୀରର କୌଣସି ସ୍ଥାନରେ କଟିଯାଏ ବା ଖଣ୍ଡିଆ ହୋଇଯାଏ କିମ୍ବା ପୋଡ଼ି ଯିବା ଘା' ସୃଷ୍ଠି ହୁଏ ତେବେ ଏହି ପତ୍ରର ପେଷ୍ଟ୍‌ ଲଗାଇଲେ ତାହା ଭଲ ହୋଇଯାଇଥାଏ ଓ ସଂକ୍ରମଣର ଭୟ ରହିନଥାଏ।

ଏହାଛଡ଼ା ଭୃଷଙ୍ଗ ପତ୍ରକୁ ପେଷ୍ଟ୍‌ କରି ଚୁଟିରେ ଲଗାଇଲେ ଏହା ରୁପି ସମସ୍ୟାକୁ ଦୂରେଇ ଥାଏ। ଏହି ପେଷ୍ଟ୍‌କୁ ଚୁଟିରେ ଲଗାଇ ଅଧଘଣ୍ଟା ପରେ ଏହାକୁ ସଫା କରି ଧୋଇ ଦେଲେ ରୁପି ଦୂର ହୋଇଯାଇଥାଏ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପତ୍ର ନିୟମିତ ଖାଉଥିବା ଲୋକଙ୍କ ଆଖିରେ କୌଣସି ସମସ୍ୟା ଦେଖା ଦେଇନଥାଏ ।

The post ଭୃଷଙ୍ଗ ପତ୍ରରେ ଭରି ରହିଛି ଏହି ଔଷଧୀୟ ଗୁଣ appeared first on ONA KHABAR.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar