Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱରରେ ଉଦ୍‌ଘାଟିତ ହେବ ଜାତୀୟ ମହିଳା କମିଶନ (NCW)ର ପ୍ରଥମ 'ଶକ୍ତି ସମ୍ମିଳନୀ

ଭୁବନେଶ୍ୱରରେ ଉଦ୍‌ଘାଟିତ ହେବ ଜାତୀୟ ମହିଳା କମିଶନ (NCW)ର ପ୍ରଥମ 'ଶକ୍ତି ସମ୍ମିଳନୀ

ONA Khabar 4 days ago

ଭୁବନେଶ୍ୱର: ଜାତୀୟ ମହିଳା କମିଶନ (NCW) ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ଆନୁକୂଲ୍ୟରେ ସେପ୍ଟେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ 'ଶକ୍ତି ସମ୍ମିଳନୀ - ରାଜ୍ୟ WCD ନେତୃତ୍ୱ କର୍ମଶାଳା' ଆୟୋଜିତ ହେବାକୁ ଯାଉଛି।ଏହି ଉଦ୍‌ଘାଟନୀ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଜାତୀୟ ମହିଳା କମିଶନର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାଟକର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ।

"ସମନ୍ୱୟ | ସଂବାଦ | ସଂକଳ୍ପ | ସମାଧାନ" ଶୀର୍ଷକ ଥମ୍‌କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ୨୫ଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, କମିଶନର, ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବେ। ମହିଳାଙ୍କ ସୁରକ୍ଷା, ଅଧିକାର ଓ ସଶକ୍ତୀକରଣ କ୍ଷେତ୍ରରେ ନିଜ ନିଜ ରାଜ୍ୟର ଅନୁଭୂତି ଆଦାନପ୍ରଦାନ, କାର୍ଯ୍ୟକାରିତା ସମସ୍ୟାର ଚିହ୍ନଟ ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଏହି ସମ୍ମିଳନୀ ଏକ ପ୍ରମୁଖ ମଞ୍ଚ ସାଜିବ।ଏହି ଆଲୋଚନାରେ ମୁଖ୍ୟତଃ POSH ଆଇନର କାର୍ଯ୍ୟକାରିତା ଓ ସମୀକ୍ଷା, ୱାନ୍ ଷ୍ଟପ୍ ସେଣ୍ଟରଗୁଡ଼ିକର ସୁଦୃଢ଼ୀକରଣ, ପୀଡ଼ିତା କ୍ଷତିପୂରଣ ବ୍ୟବସ୍ଥା, ଗାର୍ହସ୍ଥ୍ୟ ହିଂସା ନିରୋଧ ଆଇନ ଅଧୀନରେ ସୁରକ୍ଷା ଅଧିକାରୀଙ୍କ ଭୂମିକା ଏବଂ ରାଜ୍ୟ ମହିଳା କମିଶନଗୁଡ଼ିକର ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯିବ। ଏହା ସହିତ ରାଜ୍ୟସ୍ତରୀୟ ସଫଳ ପ୍ରୟାସଗୁଡ଼ିକର ଆଦାନପ୍ରଦାନ କରାଯିବା ସହ ଏକ 'ଯୁଗ୍ମ କାର୍ଯ୍ୟପନ୍ଥା' (Joint Action Plan) ଗ୍ରହଣ କରାଯିବ।

'ଶକ୍ତି ଶୋ' - ଆତ୍ମରକ୍ଷା ପରେଡ୍
ଓଡ଼ିଶା ସରକାରଙ୍କ ସହ ସହଯୋଗିତାରେ, NCW 'ମିଶନ ଶକ୍ତି' ଅଧୀନରେ ଏକ ସ୍ୱତନ୍ତ୍ର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ମାଧ୍ୟମରେ ଗତ ୬ ମାସ ମଧ୍ୟରେ ଖୋର୍ଦ୍ଧା, କଟକ, କେନ୍ଦୁଝର, ବଲାଙ୍ଗୀର ଏବଂ ପୁରୀ ଜିଲ୍ଲାର ୫,୦୦୦ ମହିଳାଙ୍କୁ ତାଲିମ ଦିଆଯାଇଛି। ସେଥିମଧ୍ୟରୁ ୩୦୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ୱରର KIITଠାରେ ଆୟୋଜିତ ହେବାକୁ ଥିବା 'ଶକ୍ତି ଶୋ' - ଆତ୍ମରକ୍ଷା ପରେଡ୍‌ରେ ନିଜର କୌଶଳ ପ୍ରଦର୍ଶନ କରିବେ। ମୁକ୍ତ ଆଲୋଚନାଚକ୍ର ଏବଂ ନିଷ୍ପତ୍ତି ମାଧ୍ୟମରେ ପୋଷଣ ଅଭିଯାନ, ବାଲ୍ୟବିବାହ ମୁକ୍ତ ଅଭିଯାନ, ସ୍ତନ୍ୟପାନ କକ୍ଷ ଓ କ୍ରେଚ୍ (Crèches) ବ୍ୟବସ୍ଥା ଏବଂ ଏସିଡ୍ ଆକ୍ରମଣର ମୁକାବିଲା ପାଇଁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା (SOP) ପ୍ରସ୍ତୁତି ଉପରେ ବିଭିନ୍ନ ରାଜ୍ୟ ମଧ୍ୟରେ ଆଲୋଚନା ହେବ। ଏହି ସମସ୍ତ ଆଲୋଚନାର ନିଷ୍କର୍ଷ ସ୍ୱରୂପ ଶେଷରେ ଯୁଗ୍ମ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar