Friday, 03 Jul, 2.59 pm ONA Khabar

ହୋମ
ଭୁବନେଶ୍ୱରରୁ ଆଉ ୨୪ ପଜିଟିଭ

ଭୁବନେଶ୍ୱର: ଆଜି ପୁଣି ଭୁବନେଶ୍ୱରରୁ ୨୪ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଟି କ୍ୱାରେଣ୍ଟାଇନ କେସ ଓ ରହିଥିବା ବେଳେ ୪ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । କ୍ୱାରେଣ୍ଟାଇନ କେସ ମଧ୍ୟରେ ଏୟାରପୋର୍ଟ କଲୋନୀର ଜଣେ ୨୮ ବର୍ଷୀୟ ପୁରୁଷ ରହିଥିବା ବେଳେ ପୂର୍ବରୁ ସେ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ଆଉ ଗୋଟିଏ କେସ ଖଣ୍ଡଗିରିରୁ ଜଣେ ୩୭ ବର୍ଷୀୟ ପୁରୁଷ ବାହାରିଛନ୍ତି । ତାଙ୍କର ବି ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଥିବା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି । ଆଉ ଦୁଇଟି କେସ ଶ୍ରୀକ୍ରିଷ୍ଣା ନଗରର ସାଲିଆ ସାହିରୁ ଜଣେ ୩୮ ବର୍ଷୀୟ ଓ ୪୦ ବର୍ଷୀୟ ପୁରୁଷ ସଂକ୍ରମିତ ଜଣାପଡିଛନ୍ତି । ଆଉ ଦୁଇ ଜଣ ଜଣେ ୪୨ ଓ ୧୮ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ସେ ରହିଥିବା ସହ ଟ୍ରାଭେଲ ହିଷ୍ଟ୍ରି ବିଶାଖାପାଟନମ୍ ରହିଛି । ଆଉ ଗୋଟିଏ କେସ ବି ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ସେ ୩୮ ବର୍ଷୀୟ ଜଣେ ପୁରୁଷ । ଆଉ ଗୋଟିଏ କେସ ଶୈଳଶ୍ରୀ ବିହାରର ଜଣେ ୨୬ ବର୍ଷୀୟା ମହିଳା ରହିଛନ୍ତି । ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଆଉ ଗୋଟିଏ କେସ ବରମୁଣ୍ଡାରୁ ଜଣେ ୪୦ ବର୍ଷୀୟା ମହିଳା ରହିଛନ୍ତି । ସେ ମଧ୍ୟ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଆଉ ୯ଟି କେସ ପ୍ରତିଦିନ ଅଫିସ ନିକଟ ମଂଚେଶ୍ୱର ଅଂଚଳରୁ ବାହାରିଛି । ସମସ୍ତଙ୍କ ବୟସ ୨୦ରୁ ୪୫ ବର୍ଷ ମଧ୍ୟରେ ରହିଛି । ଆଉ ଗୋଟିଏ କେସ ବାଲିତୋଟାସାହି ନୟାପଲ୍ଲୀ ଅଂଚଳରୁ ରହିଛି । ଜଣେ ୨୬ ବର୍ଷୀୟ ପୁରୁଷ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଉ ଜଣେ ୨୦ ବର୍ଷୀୟ ପୁରୁଷ ଯିଏ ରେଳ ବିଭାଗର କର୍ମଚାରୀ । ଟ୍ରାଭେଲ ହିଷ୍ଟ୍ରି ରହିଛି ଦିଲ୍ଲୀ ।
ସେହିଭଳି ଆଉ ଦୁଇଟି ଲୋକାଲ କଣ୍ଟାକ୍ଟ କେସରେ ତିନୋଟି କେସରେ ୨୯, ୨୭ ଓ ୩୪ ବର୍ଷୀୟା ମହିଳା ରହିଛନ୍ତି । ସେମାନେ ସମସ୍ତେ ଘରୋଇ ହସ୍ପିଟାଲର କର୍ମଚାରୀ । ଆଉ ଗୋଟିଏ କେସ ଖଣ୍ଡିଗିରିରୁ ରହିଛି । ଜଣେ ୩୮ ବର୍ଷୀୟା ମହିଳା ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରୁ ୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତମାନ ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩୬୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୬ ଜଣ ସୁସ୍ଥ ହୋଇଛନ୍ତି । ୧୪୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top