Monday, 21 Oct, 6.59 pm ONA Khabar

ହୋମ
ବିଭିନ୍ନ ସମ୍ପ୍ରଦାୟରେ ଧାର୍ମିକ ବିଶ୍ୱାସ ଓ ଦୀପାବଳି ପାଳନର ତାତ୍ପର୍ଯ୍ୟ

ଭୁବନେଶ୍ୱର(ଓଏନଏ-ଐଶ୍ୱର୍ଯ୍ୟା ପାତ୍ର):ଆଲୋକର ପର୍ବ ଦୀପାବଳି । ବିଭିନ୍ନ ସମ୍ପ୍ରଦାୟରେ ଧାର୍ମିକ ବିଶ୍ୱାସ ସହ ଦୀପାବଳି ପାଳନର ତାତ୍ପର୍ଯ୍ୟ ରହିଛି । ରାମାୟଣରେ ମଧ୍ୟ ଦୀପାବଳି ବିଷୟରେ ଆଲୋଚନା କରାଯାଇଛି ।
ମହାବୀର ଜୈନ ଧର୍ମ:


ଜୈନ ଅନୁରାଗୀ ମାନଙ୍କ ପାଇଁ ଏହା ୫୨୭ରେ ମହାବୀରଙ୍କର ମୋକ୍ଷ ବା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ପାଳନ କରାଯାଇଥାଏ ।
ଜୈନ ଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହି ଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା । ସେତେବେଳେ ତାଙ୍କ ପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ,ଏହା ହିଁ ସେମାନେ ଚିନ୍ତା କରିଥିଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହି ଦିନରୁ ଦୀପାବଳି ଦିନ ଆଲୋକ ଜଳେଇବାର ଚାଲିଆସୁଛି ।
ଶିଖ ଧର୍ମ :

ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କ ଦ୍ୱାରା ଶିଖ ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀ ହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢ ବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତ କରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜା ଯାଇଥିଲା । ସେ ଏହି ଦୀପାବଳି ଦିନ କାରାମୁକ୍ତ ହୋଇଥିବାରୁ ,ଏହି ଦିନଟିକୁ ଅନ୍ଧାରରୁ ଆଲୋକ ସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ମାନେ ଗୋଇନ୍ଦୱାଲ ସାହିବ ଗୁରୁଦ୍ୱାରକୁ ତୀର୍ଥକରି ଯାଆନ୍ତି । ଏହି ଦିନଟିକୁ ଶିଖ ମାନଙ୍କ ପାଇଁ ଷଷ୍ଠ ଧର୍ମଗୁରୁଙ୍କ ସଂସ୍କରଣ ବନ୍ଦୀଛୋଡ ଦିବସ ରୂପେ ପାଳନ କରାଯାଏ ।

ସାଂସଦ ଅନୁଭବ- ମନଜିତ୍ ବିବାଦ ପ୍ରସଙ୍ଗ

ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top