Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର

ONA Khabar 2 weeks ago

ଭୂବନେଶ୍ୱର: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର। ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜରୁ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର। ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୫୨ ମିଟରରେ ପ୍ରବାହିତ ହେଉଛି।

ଫଳରେ ସୁବର୍ଣ୍ଣରେଖା ନଦୀରେ ତୃତୀୟ ଥର ବନ୍ୟା ଆସିବା ଯୋଗୁଁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ୍ୟା ଆସିବା ଯୋଗୁଁ ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ କିଛି ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଦେଶୀ ଡଙ୍ଗା ଏବଂ ପାୱାରବୋର୍ଟରେ ଯାତାୟତ କରୁଛନ୍ତି। ପୂର୍ବରୁ ଆସିଥିବା ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡି ନଥିବା ବେଳେ ପୂଣି ବନ୍ୟା ଆସିବା ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar