Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଷାକ୍ତ ଭୋଗ ଖାଇ 50 ରୁ ଉର୍ଦ୍ଧ୍ବ ଅସୁସ୍ଥ

ବିଷାକ୍ତ ଭୋଗ ଖାଇ 50 ରୁ ଉର୍ଦ୍ଧ୍ବ ଅସୁସ୍ଥ

ONA Khabar 5 years ago

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ଗିଲାଯୋଡି ଗ୍ରାମର , ଜେନା ସାହି ରେ ଭଗବତୀ ପୁଜା ହୋଇଥିଲା। ତେବେ ଗତ କାଲି ଅପରାହ୍ନ 12 ଘଟିକା ରୁ 3 ଟା ପର୍ଯ୍ୟନ୍ତ ଗ୍ରାମର 600 ରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ କରିଥଲେ। ତେବେ ପ୍ରସାଦ ସେବନର ତିନି ଚାରି ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା 7 ରୁ 8 ପରେ ଲୋକ ଭୋଗ ଖାଇ ଜଣକ ପରେ ଜଣେ କ୍ରମଶଃ ଅସୁସ୍ଥ ହୋଇ ଗୁରୁତର ହୋଇ ପଡ଼ି ପଡ଼ିଥିଲେ। ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବସ୍ତା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଉଭୟ ସ୍ଥାନରେ ତୁରନ୍ତ ଏକ ଡାକ୍ତର ଟିମ ଗଠନ କରି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।ଅସୁସ୍ଥ ମାନଙ୍କ ଭିତରେ ଅଧିକାଂଶ ଶିଶୁ ଓ ବୟସ୍କ ଥିବା ଦେଖିବାକୁ ମିଳିଛି। ଚିକିସ୍ତା ପରେ ବର୍ତ୍ତମାନର ପରିସ୍ଥିତି ନିୟନ୍ତ୍ରଣା ଧୀନ ରହିଛି।

କିଛି ରୋଗୀ ମଧ୍ୟ ଡିସଚାର୍ଜ ହୋଇ ଘରକୁ ଫେରିଥିବା ଵେଲେ ଅନ୍ୟ ମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ଆସୁଛି ବୋଲି ସୂଚନା ଦେଇଛନ୍ତି ଡାକ୍ତର।

The post ବିଷାକ୍ତ ଭୋଗ ଖାଇ 50 ରୁ ଉର୍ଦ୍ଧ୍ବ ଅସୁସ୍ଥ appeared first on ONA KHABAR.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar