ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍), ପ୍ରାଣୀ ଚିକି୍ତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଓ ଏହାର ନିକଟବର୍ତୀ ଅଂଚଳର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆସନ୍ତା ୧୨ ତାରିଖ ଦିନ ସକାଳ ୯ଟାରୁ କୁଇଜ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଛି।

