Saturday, 14 Dec, 5.43 pm ONA Khabar

ହୋମ
ଦାଦନ ଶ୍ରମିକଙ୍କୁ ଦଲାଲର ୫୦ହଜାର ଟଙ୍କା ଲେଖାଁଏରେ ବିକ୍ରି

କଳାହାଣ୍ଡିର : କଳାହାଣ୍ଡିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁଣି କଳାହାଣ୍ଡି ରେ ଦାଦନ ଦୁଃଖ । ମହାରାଷ୍ଟ୍ରର ପୁଣେରେ ଦୁଇ ଯୁବ ଦାଦନ ଶ୍ରମିକଙ୍କୁ ଦଲାଲ ୫୦ ହଜାର ଟଙ୍କା ଲେଖାଁଏ ଅଗ୍ରୀମ ନେଇ ବିକ୍ରି କରିଦେଇଥିବା ଅଭିଯୋଗ କରାଯାଉଛି । ଫଳରେ ଗତ ଦୁଇ ମାସ ହେବ ବନ୍ଧା ପଡିଛନ୍ତି ଦୁଇ ଦାଦନ ଶ୍ରମିକ । ଶ୍ରମିକ ମାନଙ୍କ ମୁକ୍ତି ପାଇଁ ପରିବାର ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ମୋଟ ୮ ଜଣ ଦାଦନ ଶ୍ରମିକଙ୍କୁ ଅଧିକା ରୋଜଗାର ଲୋଭ ଦେଖାଇ ସ୍ଥାନୀୟ ଦଲାଲ ମନୋଜ ଦଳପତି ସୁଦୁର ମୁମ୍ବାଇ ନେଇଥିଲା । ହେଲେ ସେଠାରେ ଠିକାଦାରଙ୍କ ଅକଥନୀୟ ନିର‌୍ୟ୍ୟାତନା ସହି ନ ପାରି ବିନା ପାଉଣା ନେଇ ଦୁଇ ମାସ ପରେ ୬ ଶ୍ରମିକ ଫେରାର ହୋଇ ଗାଁକୁ ଫେରିଛନ୍ତି । ହେଲେ କଲମପୁର ବ୍ଲକ ବ୍ରାହ୍ମଣ କେନ୍ଦୁଗୁଡାର ରୁପେନ୍ଦ୍ର ମାଝୀ ଓ ହାରାମାଲ ଗାଁର ନରୋତମ ଶବର ବର୍ତମାନ ବି ଠିକାଦାର ନିକଟରେ ବନ୍ଧକ ପଡିଛନ୍ତି । ଫେରାର ହୋଇଥିବା ଶ୍ରମିକଙ୍କ ସୁଚନା ଆଧାର ରେ ସ୍ଥାନୀୟ ସମାଜସେବୀ ଠିକାଦାର ଦୁର୍ଗା ରାଓକୁ ଯୋଗାଯୋଗ କରିବାରୁ ଦଲାଲ ମନୋଜ ଦଳପତି ଶ୍ରମିକଙ୍କ ନାଁରେ ଅନେକ ଅଗ୍ରୀମ ଟଙ୍କା ନେଇ ଯାଇଛି ଏଣୁ ଟଙ୍କା ଫେରସ୍ତ ନ ପାଇବା ପର‌୍ୟ୍ୟନ୍ତ ଦୁଇ ଦାଦନ ଶ୍ରମିକଙ୍କୁ ଛାଡିବ ନାହିଁ ବୋଲି ରୋକଠୋକ ଶୁଣାଇଛି । ଏପଟେ ଦୁଇ ବନ୍ଧକ ପଡିଥିବା ଦାଦନ ପରିବାର ସଦସ୍ୟ ଜିଲ୍ଲାପାଳ ଓ ଏସପି ନିକଟରେ ମୁମ୍ବାଇରୁ ମୁକ୍ତି ପାଇଁ ଦ୍ୱାରସ୍ଥ ହୋଇଛନ୍ତି ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

କୋରାପୁଟ ଗସ୍ତରେ ଡିଜିପି ଅଭୟ : ଡିପିଓରେ ୬ ଜିଲ୍ଲାର ଏସପିଙ୍କୁ ନେଇ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top