କଳାହାଣ୍ଡିର : କଳାହାଣ୍ଡିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁଣି କଳାହାଣ୍ଡି ରେ ଦାଦନ ଦୁଃଖ । ମହାରାଷ୍ଟ୍ରର ପୁଣେରେ ଦୁଇ ଯୁବ ଦାଦନ ଶ୍ରମିକଙ୍କୁ ଦଲାଲ ୫୦ ହଜାର ଟଙ୍କା ଲେଖାଁଏ ଅଗ୍ରୀମ ନେଇ ବିକ୍ରି କରିଦେଇଥିବା ଅଭିଯୋଗ କରାଯାଉଛି । ଫଳରେ ଗତ ଦୁଇ ମାସ ହେବ ବନ୍ଧା ପଡିଛନ୍ତି ଦୁଇ ଦାଦନ ଶ୍ରମିକ । ଶ୍ରମିକ ମାନଙ୍କ ମୁକ୍ତି ପାଇଁ ପରିବାର ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ମୋଟ ୮ ଜଣ ଦାଦନ ଶ୍ରମିକଙ୍କୁ ଅଧିକା ରୋଜଗାର ଲୋଭ ଦେଖାଇ ସ୍ଥାନୀୟ ଦଲାଲ ମନୋଜ ଦଳପତି ସୁଦୁର ମୁମ୍ବାଇ ନେଇଥିଲା । ହେଲେ ସେଠାରେ ଠିକାଦାରଙ୍କ ଅକଥନୀୟ ନିର୍ୟ୍ୟାତନା ସହି ନ ପାରି ବିନା ପାଉଣା ନେଇ ଦୁଇ ମାସ ପରେ ୬ ଶ୍ରମିକ ଫେରାର ହୋଇ ଗାଁକୁ ଫେରିଛନ୍ତି ।