ଦଶପଲ୍ଲା: ନୂଆଁଗାଁ କୋରଡା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ। ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୀନାଗାଡିଆ ଗାଁର ବାପି ନାହାକ, ଘରେ ରହି ବାଣ ଭିଡିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଏବେ ମଧ୍ୟ ଏମସରେ ୨ ଓ ଏସସିବିରେ ୩ ଜଣ ଚିକିତ୍ସାଧୀନ ରହିଛନ୍ତି।ସୂଚନାନୁଯାୟୀ, ବାଣ ଭିଡିବା ବେଳେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଥିଲେ।

