ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନାରୀ ନିର୍ଯ୍ୟାତନା | ଦୁଷ୍କର୍ମ ଯେମିତି ଥମିବାର ନାଁ ଧରୁନି | ଗତ କାଲି ରାତିରେ ଭୁବନେଶ୍ୱରରୁ କାର୍ ଭଡା କରି ଖୋର୍ଦ୍ଧା ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଯୁବତୀ ଆସୁଥିବା କାର୍ କୁ ମଧ୍ୟ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଅଟକ ଯୁବକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା ।