Saturday, 14 Dec, 5.05 pm ONA Khabar

ଅଧିକ-ଖବର
ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏହି ଦୁଷ୍କର୍ମ ଘଟଣା କେବେ ଥମିବ ତାହା ଜାଣିବାକୁ ବାକି ରହିଲା । ଏହିଭଳି ଘଟଣା ଯୋଗୁଁ ଆଜିକାଲି ଯୁବତୀ ମାନେ ଘରୁ ବାହାରିବା ପାଇଁ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ତେବେ ପ୍ରଥମେ ହାଇଦ୍ରାବାଦ ପରେ ଉନ୍ନାଓ ଆଉ ଏବେ ଫତେପୁରରେ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ଦୁଷ୍କର୍ମ ଓ ପରେ ଜିଅନ୍ତା ଜାଳିଦେଲେ । ଏଭଳି ଚାଞ୍ଚଲ୍ୟକର ଘଟଣା ଏବେ ଫତେପୁରର ହୁସେନଗଞ୍ଜ ଥାନ ଅଞ୍ଚଳର ଏକ ଗାଁରେ ଯୁବତୀଙ୍କୁ ଘରେ ଏକା ପାଇ ଯୁବକଙ୍କ ଦୁଷ୍କର୍ମ । ଦୁଷ୍କର୍ମ ପରେ ପୀଡିତାଙ୍କ ଦେହରେ ନିଆଁ ଲଗାଇ ସେଠାରୁ ଖସି ଯାଇଛି ଅଭିଯୁକ୍ତ । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହେଟଳ ହସ୍ପିଟାଲକୁ ରେଫର କରିଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ସମ୍ପର୍କୀୟ ଦାଦା ହେବ ବୋଲି ପୀଡିତା ତାଙ୍କ ବୟାନରେ କହିଛନ୍ତି ।

ପୀଡିତା ଜଣଙ୍କ ତାଙ୍କ ବୟାନରେ କହିଛନ୍ତି ଯେ, ୨୨ ବର୍ଷୀୟ ସମ୍ପର୍କୀୟ ଦାଦା ତାଙ୍କ ଉପରେ ଖରାପ ଦୃଷ୍ଟି ରଖିଆସିଥିଲେ । ଶନିବାର ଦିନ ଦିପ୍ରହରରେ ଘରେ କେହି ନଥିବାବେଳେ ପଶି ଆସିଥିଲା ଅଭିଯୁକ୍ତ। ବିରୋଧ କରିବା ସତ୍ତ୍ୱେ ଦୁଷ୍କର୍ମ କରିଥିଲା । ପୀଡିତା ଜଣଙ୍କ ଯେତେବେଳେ ଏ କଥା ପରିବାରଙ୍କୁ କହିଦେବ କହିବାରୁ ଅଭିଯୁକ୍ତ ଦାଦା କିରୋସିନି ଢାଳି ପୀଡିତାଙ୍କୁ ଜଳାଇ ସେ ସ୍ଥାନରୁ ଫେରାର ହୋଇଯାଇଥିଲା । ପୀଡିତା ଚିତ୍କାର କରି ବାହାରକୁ ପଳାଇ ଆସିଥିଲେ । ଏହାପରେ ଗାଁ ଲୋକ ଏକାଠି ହୋଇଯାଇଥିଲେ । ଏ ଘଟଣା ସମ୍ପର୍କରେ ପୋଲିସକୁ ସୁଚନା ଦେବାରୁ ପୋଲିସ୍ ଓ ଆମ୍ବୁଲାନ୍ସ ପହଞ୍ଚି ପୀଡିତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top