ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏହି ଦୁଷ୍କର୍ମ ଘଟଣା କେବେ ଥମିବ ତାହା ଜାଣିବାକୁ ବାକି ରହିଲା । ଏହିଭଳି ଘଟଣା ଯୋଗୁଁ ଆଜିକାଲି ଯୁବତୀ ମାନେ ଘରୁ ବାହାରିବା ପାଇଁ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ତେବେ ପ୍ରଥମେ ହାଇଦ୍ରାବାଦ ପରେ ଉନ୍ନାଓ ଆଉ ଏବେ ଫତେପୁରରେ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ଦୁଷ୍କର୍ମ ଓ ପରେ ଜିଅନ୍ତା ଜାଳିଦେଲେ । ଏଭଳି ଚାଞ୍ଚଲ୍ୟକର ଘଟଣା ଏବେ ଫତେପୁରର ହୁସେନଗଞ୍ଜ ଥାନ ଅଞ୍ଚଳର ଏକ ଗାଁରେ ଯୁବତୀଙ୍କୁ ଘରେ ଏକା ପାଇ ଯୁବକଙ୍କ ଦୁଷ୍କର୍ମ । ଦୁଷ୍କର୍ମ ପରେ ପୀଡିତାଙ୍କ ଦେହରେ ନିଆଁ ଲଗାଇ ସେଠାରୁ ଖସି ଯାଇଛି ଅଭିଯୁକ୍ତ । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହେଟଳ ହସ୍ପିଟାଲକୁ ରେଫର କରିଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ସମ୍ପର୍କୀୟ ଦାଦା ହେବ ବୋଲି ପୀଡିତା ତାଙ୍କ ବୟାନରେ କହିଛନ୍ତି ।