Saturday, 21 Sep, 1.11 am ONA Khabar

ହୋମ
ଦୁଷ୍କର୍ମକାରୀକୁ ଦଶବର୍ଷ ଦଣ୍ଡାଦେଶ

ରାୟଗଡା : ପ୍ରେମରେ ପ୍ରତାରଣା ଓ ଧୋକା ପରେ ଦୁଷ୍କର୍ମ ମହଙ୍ଗାପଡ଼ିଛି ଅଭିଯୁକ୍ତକୁ । ଶୁକ୍ରବାର ଜିଲ୍ଲା ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏକ ଦୁଷ୍କର୍ମ ମାମଲାର ବିଚାର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପର ଥାନା ଅନ୍ତର୍ଗତ କୁମୁଟିମୁଣ୍ଡା ଗାଁ'ର ଅଭିଯୁକ୍ତ ମିନା ହିକକାଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ।

ସୂଚନା ଅନୁଯାୟୀ, ୨୦୧୭ ମସିହା ଜୁଲାଇ ମାସରେ କାଶିପୁର ବ୍ଲକ କୁଟିଙ୍ଗାର ଜଣେ ୧୬ ବର୍ଷିୟ ନାବାଳିକା ତାଙ୍କ ମାମୁଁ ଘର କଲ୍ୟାଣସିଂହପର ଥାନା ଅନ୍ତର୍ଗତ କୁମୁଟିମୁଣ୍ଡା ଗାଁକୁ ଯାଇଥିଲେ । ସେଠାରେ ରହିବା ସମୟରେ ହଠାତ ରାୟଗଡ଼ା ବ୍ଲକର କତାପେଟାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିବାରୁ ନାବାଳିକାଙ୍କୁ ଏକଲା ଛାଡ଼ି ଅନ୍ୟମାନେ ସମସ୍ତେ କୋତାପେଟା ଜାଲିଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମିନା ଏବଂ ତାର ମା' ଏକଲା ଝିଅକୁ ମାମୁଁ ଘର ଲୋକେ ଆସିବା ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ଡ଼ାକି ନେଇଥିଲେ । ଝିଅଟିର ସରଳତାର ସୁଯୋଗ ନେଇ ଅଭିଯୁକ୍ତ ମିନା ତାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଏନେଇ ଝିଅଟିର ଘର ଲୋକେ ଜାଣିବା ପରେ ତାକୁ ନେବା ପାଇଁ ଆସିଥିବା ବେଳେ ଝିଅଟି ଘରକୁ ନଫେରି ମିନାଘରେ ରହିବାକୁ ସମ୍ମତି ଜଣାଇଥିଲା । ଫଳରେ ପରିବାର ଲୋକେ ଫେରିଯାଇଥିଲେ । ଦୁଇମାସ ଝିଅ ମିନାର ଘରେ ରହିବା ପରେ ଝିଅକୁ ଘରୁ ତଡ଼ି ଦେଇଥିଲେ । ଏନେଇ ଉଭୟ କୁଟିଙ୍ଗା ଏବଂ କୁମୁଟିମୁଣ୍ଡା ଗାଁ ଲୋକଙ୍କୁ ନେଇ ଗାଁରେ ବୈଠକ ବସିଥିଲେ ସୁଧା କୈଣସି ସମାଧାନର ରାସ୍ତା ନବାହାରିବାରୁ ବିଗତ ୨୦୧୭ ମସିହା ଅକ୍ଟୋବର ୨୩ ତାରିଖ ଦିନ କଲ୍ୟାଣସିଂହପୁର ଥାନାରେ ପିଡ଼ିତା ଲିଖିତ ଅଭିଯୋଗ କରିଥିଲେ । ଏ ନେଇ କଲ୍ୟାଣସିଂଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରି ମିନା ହିକକାକୁ ଗିରଫ କରି ବିଚାରବିଭାଗିୟ ହାଜତକୁ ପଠାଇଥିଲା ପୁଲିସ । ଏହି ମାମଲାର ତଦନ୍ତ ସବଇନିସପେକ୍ଟର କୁନି ଶବର କରିଥିଲେ । ପରବର୍ତି ସମୟରେ ଜାମିରେ ଜାଇଥିଲା ମିନା । ତେବେ ଏହି ମାମଲାକୁ ସ୍ୱତନ୍ତ୍ର ପକ୍ସୋ ଅଦାଲତ ବିଚାରପତି ଆଶିଷ କୁମାର ତ୍ରିପାଠୀ ୨୫ ଜଣଙ୍କ ସାଖ୍ୟ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ମିନା ହିକକାଙ୍କୁ ଦଶବର୍ଷ ଜେଲ ଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା କରିଛନ୍ତି । ଯଦି ଏହି ଜରିମାନା ଅନାଦେୟ ହୁଏ ତେବେ ଅଧିକା ୩ ମାସ ଜେଲଦଣ୍ଡା ଦେଶ ହୋଇଛି । ଶୁକ୍ରବାର ଅଭିଯୁକ୍ତ ମାନ୍ୟବର ସ୍ୱତନ୍ତ୍ର ପକ୍ସୋ ଅଦାଲତରେ ଆତ୍ମ ସମର୍ପଣ କରିବା ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ସରକାରି ଓକିଲ ସି.ଏଚ.ଶ୍ରୀନିବାସ ପରିଚାଳନା କରିଥିବା ବେଳେ ପ୍ରତିପକ୍ଷ ତରଫରୁ ରମାକାନ୍ତ ଜେନା ପରିଚାଳନା କରୁଥିଲେ ।

ଭୁବନେଶ୍ୱରରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top