ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଲହରରେ ୧୫ରୁ ୪୦ ବର୍ଷ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଏକ ଲକ୍ଷ ଭିତରେ ରହିଥିଲା । ହେଲେ ଦ୍ୱିତୀୟ ଲହରରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ଗୁଣା ବୃଦ୍ଧି ପାଇଛି । ଫଳରେ ସଂକ୍ରମିତ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିଛି । ବର୍ତ୍ତମାନ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ ଲକ୍ଷ ୨୨ହଜାର ୬୬୧ରେ ପହଞ୍ଚିଥିଲା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୨ହଜାର ୫୧୭ ରହିଛି । ଅର୍ଥାତ ଦ୍ୱିତୀୟ ଲହରରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଯୁବ ଗୋଷ୍ଠୀ ସଂକ୍ରମିତ ହୋଇଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ ଯୁବ ଗୋଷ୍ଠୀ ବିଶେଷ ଭାବରେ ଅମାନିଆ ହେବା ଯୋଗୁଁ ରାଜ୍ୟରେ ଦ୍ୱିତୀୟ ଲହର ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ମୋଟାମୋଟି ଭାବେ କହିବାକୁ ଗଲେ, ମୋଟ ସଂକ୍ରମିତଙ୍କ ଭିତରୁ ଅଧାରୁ ଅଧିକ କେବଳ ଯୁବ ଗୋଷ୍ଠୀ ହିଁ ସଂକ୍ରମିତ ହୋଇଛନ୍ତି ।ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ