Saturday, 21 Sep, 12.05 pm ONA Khabar

ଅଧିକ-ଖବର
ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ପୁନଃଗଠିତ ରାଜ୍ୟସ୍ତରୀୟ ପ୍ରଚାର ଓ ପ୍ରସାର ଉପକମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ରାଜ୍ୟ ସରକାରଙ୍କ ଲୋକ ସଭାଭବନରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖରୁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ଖସଡ଼ାମାନ ପ୍ରସ୍ତୁତ ହୋଇଥିଲା। ଏହି ସାତଜଣିଆ ଉପକମିଟିରେ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର , ଡ଼ଃ ରିନା ରାଉତରାୟ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକା ଶ୍ରୀମତି ଲିପ୍ସା ଦାସ , ସୂଚନା ଓ ଲୋକସମ୍ପର୍କ ବିଭାଗ ର ନିର୍ଦ୍ଦେଶକ ଡ଼ଃ କୃପାସିନ୍ଧୁ ମିଶ୍ର ଓ ରାଜ୍ୟ ଅଭିଲେଖା ଗାରର ନିର୍ଦ୍ଦେଶକ ଶ୍ରୀମତି ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଆସନ୍ତା କାର୍ଯ୍ୟକ୍ରମର ଏକ ଖସଡ଼ା ପ୍ରସ୍ତୁତ କରିଥିଲେ ।

କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା

ଗିରଫ ହେଲେ ତହସିଲଦାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top