Dailyhunt
ଗରୀବ ର ଦରଦୀ ବନ୍ଧୁ ଦେବଗିରୀ

ଗରୀବ ର ଦରଦୀ ବନ୍ଧୁ ଦେବଗିରୀ

ONA Khabar 5 years ago

ଗୁଣପୁର:ଉପାନ୍ତଅଞ୍ଚଳରେ ଦରଦୀ ବନ୍ଧୁ ଙ୍କ ଅନ୍ୟନାମ ଦେବଗିରୀ l ନାଁ ଯେପରି କାର୍ଯ୍ୟ ମଧ୍ୟ ସେପରି l ଦେବଗିରୀ ପଟ୍ଟନାୟକ ଏକାଧାରରେ ସେ ଜଣେ , ରାଜନୈତିକ , ସମାଜ ସେବକ ଦୁଖୀ ରଙ୍କି ମାନଙ୍କ ପାଇଁ ଦେବତା ନାଁ ଯେମିତି କାର୍ଯ୍ୟ ବି ଠିକ ସେମିତି । ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ଙ୍କ ବ୍ୟକ୍ତି ଗତ ସଚିବ ଭାବେ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଯୁବ ସମାଜକୁ ଆଗକୁ ନେବା ଓ ଶୋସକ୍ତ କରିବାରେ ତାଙ୍କର ସାମଗ୍ରିକ ଅବଦାନ ଅତୁଳନୀୟ । ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ମନ୍ତ୍ରୀ ଶ୍ରୀ ସାରାକା ଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ବ ତୁଲାଉଛନ୍ତି ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଗ୍ରାମରେ ଦେବଗିରୀ ଙ୍କଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ରେ ଜନ୍ମ l ବୃନ୍ଦାବନ ଚନ୍ଦ୍ର ପଟ୍ଟନାୟକ ସେ ଜଣେ ରାଜସ୍ୱ ବିଭାଗ ଅଧିନରତ ରାଜସ୍ୱ ନିରୀକ୍ଷକ ଭାବେ ବିଷମ କଟକ ତହସିଲ ରେ କାର୍ଯ୍ୟରତ ଥିଲେ ବର୍ତ୍ତମାନ ସେ ଅବସର ଗ୍ରହଣ କରିସାରିଛନ୍ତି।

ପିଲାଟି ଦିନରୁ ଦେବଗିରୀ ଜଣେ ମେଧାବି ଛାତ୍ରଥିଲେ। ନାମ ଯେପରି " ଦେବଗିରୀ" ବାଲ୍ୟ ଜୀବନରୁ ହିଁ ସେ ସ୍ଥାନୀୟ ଅଞ୍ଚଳରେ ସମାଜ ସେବା କ୍ଷେତ୍ର ରେ ରାଜ୍ କରିବାରେ ଲାଗିଲେ ।ପ୍ରଥମେ ବାଲ୍ୟ ଜିବନ ରେ ଗୁଣୁପୁର ଠାରେ ଆରମ୍ଭ ହୋଇଥିଲା ପ୍ରାଥମିକ ଶିକ୍ଷା।ତାଙ୍କର ଉଚ୍ଚ ଶିକ୍ଷା ବିଷମ କଟକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେ।ବିଷମକଟକ ହାଇସ୍କୁଲରେ ସମାପ୍ତକରି +2 ମଧ୍ୟ ମା ମାର୍କମା କଲେଜ ରେ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ବିଷମ କଟକ ଠାରୁ ଟିକେ ଦୂରକୁ ଯାଇ ସ୍ନାତକୋତ୍ତର କ୍ୟାରିୟର ପାରଳାଖେମୁଣ୍ଡି ସ୍ଥିତ ଏସ କେ ସି ଜି କଲେଜ ରେ ସମାପ୍ତି କରିଥିଲେ । ସେଥିରୁ ଶିକ୍ଷାଲାଭ କଲାପରେ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ରାଜନୀତି ବିଜ୍ଞାନରେ ଏମ ଏ ଶିକ୍ଷା ଗ୍ରହଣ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ୟୁକନ୍ମିକ୍ସ ବିଭାଗ ରେ ଏମ ଏ ଏମ ଫିଲ ଅଧ୍ୟୟନ କରିଥିଲେ ତାପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚେନ୍ନାଇ ରେ ଏମ ଏ (ପିଏମ& ଆଇ ଆର ) ଅଧ୍ୟୟନ ବେଳେ ଛାତ୍ରଜୀବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ କ୍ଷେତ୍ରରେ ପରିବର୍ତ୍ତନ ଆଣିବାପାଇଁ ବିଜୁ ଜନତା ଦୋଳରେ ଯୋଗଦେଇ ନିଜର ରାଜନୈତିକ କ୍ଷେତ୍ର ଆରମ୍ଭ କରିଥିଲେ। ଆଦିବାସୀ ଅଞ୍ଚଳରେ ଜନ୍ମଲାଭ କରିଥିବାରୁ ଆଦିବାସୀମାନଙ୍କ ସାମାଜିକ ଉନ୍ନତି କ୍ଷେତ୍ରରେ ଏବଂ ଆୟ କ୍ଷେତ୍ରରେ କିପରି ସୁଧାର ଆସିବ ଓ ଉନ୍ନତି ହେବ ସମାଜରେ ସେମାନେ ନିଜକୁ କିପରି ପ୍ରତିଷ୍ଟିତ କରିପାରିବେ ସେଥିପାଇଁ ପ୍ରୟାସ ଜାରି ରହିଥିବା ସହ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ବାସ ଭରି ରହିଛି ତାହାକୁ ମୂଳତ୍ପାଟନ କରିବା ମୋରଲକ୍ଷ୍ୟ ବୋଲି ସେ କହିଛନ୍ତି ଏବଂ ଲୋକ ଙ୍କୁ ସେବା ଓ ସାହାଯ୍ୟ କରିବା ସେ ବୃତ୍ତି ଭାବେ ଆପଣେଇ ଥିବା କହିଛନ୍ତି ଦେବଗିରୀ l ଆଜିକାର ଦୁନିଆରେ ଆମ ଅଞ୍ଚଳର ଲୋକମାନେ ନିଜକୁ କିପରି ତାଳଦେଇ ଚାଲିବେ ଏବଂ ସେମାନଙ୍କର ଶିକ୍ଷାର କିପରି ଉନ୍ନତି ଆସିବ ଏଥିସହ ସ୍ବାସ୍ଥକ୍ଷେତ୍ରରେ କିପରି ସୁଧାର ଆସିବ ଏବଂ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ମାଧ୍ୟମରେ ଏଠାକାର ଉପାନ୍ତ ଅଞ୍ଚଳବାସୀଙ୍କ ପାଖରେ କିପରି ପହଞ୍ଚିବ ସେଦିଗରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟଗୁଡିକ କ୍ଷେତ୍ରରେ ତାଙ୍କର ଅହେତୁକ ଅବଦାନ ରହିଥିବା ବେଳେ ଏବେମଧ୍ୟ ଅନେକ କିଛି ସ୍ବପ୍ନ ହୋଇ ରହିଛି ଏବଂ ସେହି ସ୍ବପ୍ନକୁ କିପରି ସାକାର କାରାଯିବ ସେଦିଗରେ ପ୍ରୟାସ ଜାରି ବୋଲି ସେ ପ୍ରକାଶ କରିଛନ୍ତି l

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar