ଭୁବନେଶ୍ୱର : ଗିରଫ ହେଲା ସ୍ୱିଗିବୟ ଚିକୁନ। ଆଜି ଧଉଳି ପୁଲିସ ତାକୁ ଗିରଫ କରିଛି। ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶରେ ପ୍ରେମିକ ସହ ଧରାପଡ଼ିବା ପରେ ଆଜି ଉଭୟଙ୍କୁ ଓଡ଼ିଶା ଅଣାଯାଇଥିଲା।
ତେବେ ତାଙ୍କ ପ୍ରେମିକା କହିଛନ୍ତି ମୁଁ ମୋ ଇଚ୍ଛାରେ ଯାଇଥିଲି ଏହା ଅପହରଣ ନୁହେଁ।
ଫେରାର୍ ଥିବା ସ୍ବିଗି ବଏଙ୍କ ପତ୍ନୀ ତାଙ୍କ ସପକ୍ଷରେ ବାହାରିଛନ୍ତି। ସେ ଝିଅ କିଏ ମୁଁ ଚିହ୍ନିନି। ମୋ ସ୍ବାମୀ ନିର୍ଦ୍ଦୋଶ, ସେ କିଛି କରିନାହାନ୍ତି, ତାଙ୍କୁ ଛାଡୁ ଦିଅନ୍ତୁ ବୋଲି ସ୍ବିଗି ବଏଙ୍କ ପତ୍ନୀ ଦାବି କରିଛନ୍ତି।
ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା। ଅନ୍ୟପଟେ ତାଙ୍କ ମାଆ କହିଛନ୍ତି ମୋ ପୁଅ ମୋ ବୋହୁ ଏକାଠି ରହନ୍ତୁ। ଆମେ ୨ ଟା ବୋହୂ ରଖି ପାରିବୁନି। ଅନ୍ୟ ପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ। ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା। ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍। ସେ ଜାଣି ଶୁଣି ତା ଜୀବନକୁ ନଷ୍ଟ କରିଛି।
The post ଗିରଫ ହେଲା ସ୍ୱିଗିବୟ ଚିକୁନ appeared first on ONA KHABAR.

