ଦେବଗଡ଼ : ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମ ନିକଟସ୍ଥ ଗୋହିରା ଜଳଭଣ୍ଡାରଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଡଙ୍ଗାବୁଡି ଜଣେ ନିଖୋଜ ହୋଇଛନ୍ତି । ସେଥିରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ବ୍ୟକ୍ତି ହେଉଛନ୍ତି ବରଘାଟ ଗ୍ରାମର ଜଗନ୍ନାଥ ସିଂ (୪୦) । ସୂଚନା ଅନୁଯାୟୀ ବରଘାଟ ଅପର ପାର୍ଶ୍ୱରେ ଥିବା ଠେଲକଗୁଡି ଗ୍ରାମରେ ରାତି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମିପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ସାମିଲ ହେବା ପାଇଁ ବରଘାଟ ଗ୍ରାମର ଜଗନ୍ନାଥ ସିଂ (୪୦), ହରେନ ଜମକିଆଲ (୨୩), ନାରାୟଣ ଜମକିଆଲ(୩୦), ବିଜୟ କୁମାର ସାହୁ(୨୧), ମିଲୁ ସାହୁ (୨୬)ଓ ସମ୍ବଲପୁର ଜିଲ୍ଲା ଅର୍ଡାବହାଲ ଗ୍ରାମର ପଦୁ ନନ୍ଦନ ଜୟପୁରିଆ ମିଶି ମାଛ ଧରା ୨ଟି ହୁଲି ଡଙ୍ଗାରେ ବସି ଜଳ ଭଣ୍ଡାର ପାର ହେଉଥିବା ସମୟରେ ବଇଦାରପାଳ ଠାରେ ଡଙ୍ଗାଟି ହଠାତ ବୁଡି ଯାଇଥିଲା ।