Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋହିରା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

ଗୋହିରା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

ONA Khabar 6 years ago

ଦେବଗଡ଼ : ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମ ନିକଟସ୍ଥ ଗୋହିରା ଜଳଭଣ୍ଡାରଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଡଙ୍ଗାବୁଡି ଜଣେ ନିଖୋଜ ହୋଇଛନ୍ତି । ସେଥିରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ବ୍ୟକ୍ତି ହେଉଛନ୍ତି ବରଘାଟ ଗ୍ରାମର ଜଗନ୍ନାଥ ସିଂ (୪୦) । ସୂଚନା ଅନୁଯାୟୀ ବରଘାଟ ଅପର ପାର୍ଶ୍ୱରେ ଥିବା ଠେଲକଗୁଡି ଗ୍ରାମରେ ରାତି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମିପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ସାମିଲ ହେବା ପାଇଁ ବରଘାଟ ଗ୍ରାମର ଜଗନ୍ନାଥ ସିଂ (୪୦), ହରେନ ଜମକିଆଲ (୨୩), ନାରାୟଣ ଜମକିଆଲ(୩୦), ବିଜୟ କୁମାର ସାହୁ(୨୧), ମିଲୁ ସାହୁ (୨୬)ଓ ସମ୍ବଲପୁର ଜିଲ୍ଲା ଅର୍ଡାବହାଲ ଗ୍ରାମର ପଦୁ ନନ୍ଦନ ଜୟପୁରିଆ ମିଶି ମାଛ ଧରା ୨ଟି ହୁଲି ଡଙ୍ଗାରେ ବସି ଜଳ ଭଣ୍ଡାର ପାର ହେଉଥିବା ସମୟରେ ବଇଦାରପାଳ ଠାରେ ଡଙ୍ଗାଟି ହଠାତ ବୁଡି ଯାଇଥିଲା ।

ଫଳରେ ଡଙ୍ଗାରେ ଥିବା ଜଗନ୍ନାଥ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ସେମାନଙ୍କ ପଛରେ ଆସୁଥିବା ଅନ୍ୟ କେତେକ ଗ୍ରାମବାସୀ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଦେବଗଡ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ଲେଖା ଯିବା ପର୍ଯ୍ୟନ୍ତ ନିଖୋଜ ଜଗନ୍ନାଥଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ । ଘଟଣାସ୍ଥଳରେ ପୁଲିସ ଓ ଜିଲ୍ଲା ପ୍ରଶାସନର ତଦନ୍ତ ଜାରି ରହିଛି ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

କୋରାପୁଟ ଗସ୍ତରେ ଡିଜିପି ଅଭୟ : ଡିପିଓରେ ୬ ଜିଲ୍ଲାର ଏସପିଙ୍କୁ ନେଇ.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar