Dailyhunt
ଗ୍ରାହକ ଲୁଣ୍ଠନ ପାଇଁ ସରକାରୀକୃତ ଜାଳେଣି ଗ୍ୟାସ୍ ସଙ୍କଟ ସମାଧାନ ଦାବିରେ ସିପିଆଇ ଓ ବିକେଏମ୍‌ୟୁ ପକ୍ଷରୁ ବିକ୍ଷୋଭ

ଗ୍ରାହକ ଲୁଣ୍ଠନ ପାଇଁ ସରକାରୀକୃତ ଜାଳେଣି ଗ୍ୟାସ୍ ସଙ୍କଟ ସମାଧାନ ଦାବିରେ ସିପିଆଇ ଓ ବିକେଏମ୍‌ୟୁ ପକ୍ଷରୁ ବିକ୍ଷୋଭ

ONA Khabar 1 week ago

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିରେ ଜାଳେଣି ଗ୍ୟାସ ସଙ୍କଟ ଦେଖା ଦେଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଯୋଗାଣ ମନ୍ତ୍ରୀ ଜାଳେଣି ଗ୍ୟାସର ସଙ୍କଟ ନାହିଁ ବୋଲି ବାରମ୍ବାର ବୟାନବାଜି କରୁଛନ୍ତି। ଜାଳେଣି ଗ୍ୟାସ ବୁକିଙ୍ଗ ପାଇଁ ୨୪ ଦିନ ଧାର୍ଯ୍ୟ କଲେବି ଗ୍ୟାସ୍ ମିଳୁନାହିଁ। ୫ଲିଟର ବାଲା ଟାଙ୍କି ଖୋଲାବଜାରରେ ମିଳୁନଥିବାରୁ ରାସ୍ତାକଡ ଜଳଖିଆ ଦୋକାନୀ, ମେସରେ ରହୁଥିବା ଛାତ୍ରୀଛାତ୍ରୀ ଓ ଶ୍ରମିକ ନିର୍ଭରଶୀଳ ଥିବାବେଳେ ଏବେ ଓଡ଼ିଶା ସରକାର ଏଥିପାଇଁ ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ବାର୍ଷିକ ଆୟ ପ୍ରମାଣପତ୍ର ଓ ପରିଚୟ ପତ୍ର ଧରି ଧାଡିରେ ଛିଡା ହେଲେ ହିଁ ଗ୍ୟାସ ମିଳିବ ବୋଲି ସର୍ତ୍ତ ରଖିଥିବାରୁ ଏହା ପରିସ୍ଥିତିକୁ ଅତି ଜଟିଳ କରାଇଛି।

ପାଠ ପଢ଼ୁଥିବା ପିଲାମାନେ ଧାଡିରେ ଛିଡ଼ା ହୋଇ ଗ୍ୟାସ୍ କିଣିବେ ନା ପାଠ ପଢ଼ିବେ? ଓଡ଼ିଶା ସରକାରଙ୍କ ବିପର୍ଯ୍ୟସ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା କଳାବଜାରକୁ ପ୍ରୋତ୍ସାହନ ଦେଇ ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପାଇଁ ବିଜେପି ଗ୍ୟାସ କଳାବଜାରୀଙ୍କଠାରୁ ଚାନ୍ଦା ନେବା ପାଇଁ ରାଜ୍ୟର ଲକ୍ଷଲକ୍ଷ ଗ୍ରାହକଙ୍କୁ ଲୁଣ୍ଠନ କରୁଛନ୍ତି ବୋଲ ସିପିଆଇ ଓ ବିକେଏମ୍‌ୟୁ ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୋଗ କରାଯାଇଛି। ଆଜି ସିପିଆଇ କାର୍ଯ୍ୟାଳୟରୁ ସିପିଆଇର ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଭୁବନେଶ୍ୱର ଜୋନ୍ ସମ୍ପାଦକ କୈଳାସ ପୁହାଣ, ଦୁଃଖିଶ୍ୟାମ ବେହେରା, ଜୋନ୍ ସହ ସମ୍ପାଦକ ଶରତ ସ୍ୱାଇଁ, ନାରୀ ନେତ୍ରୀ ସୁଷମା ଭୋଇ, ବଳରାମ ଜାଲି, ଅଶୋକ ବାରିକ, ମୁରଲୀ ଭୋଇ, ମାନସ ସାହୁ, ଧନେଶ୍ୱର ଦାସ, ନରହରି ପ୍ରଧାନ, ଜି. କୈଳାସ ପ୍ରମୁଖ ଏହି ପ୍ରତିବାଦରେ ଯୋଗ ଦେଇ କ୍ଷୋଭ ପ୍ରକାଶ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar