Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

ONA Khabar 3 weeks ago

ପାରଳାଖେମୁଣ୍ଡି : ହାଇଦ୍ରାବଦରେ ସଡକ ଦୁର୍ଘଟଣାରେ ଗଜପତି ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁଳ ପଞ୍ଚାୟତର ତିଲିକର ଗ୍ରାମର ବାୟସ ରାଇତା । ସୂଚନା ଅନୁଯାୟୀ, ବାୟସ ରଇତା ଜୀବିକା ନିମନ୍ତେ ହାଇଦ୍ରାବାଦରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ । ତେବେ ରାସ୍ତାରେ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ।

ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ତିଲିକର ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତଦେହ ଗାଁକୁ ଆଣିବା ନେଇ ପରିବାର ଲୋକେ ପଦକ୍ଷେପ ନେଉଥିବା ଜଣାପଡିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar