Dailyhunt
ହ୍ବାଇଟ୍ ହାଉସ ବାହାରେ ଗୁଳିକାଣ୍ଡ

ହ୍ବାଇଟ୍ ହାଉସ ବାହାରେ ଗୁଳିକାଣ୍ଡ

ONA Khabar 5 years ago

ନୂଆଦିଲ୍ଲୀ: ଆମେରିକା ହ୍ବାଇଟ୍ ହାଉସ ବାହାରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରେସମିଟ୍ ବେଳେ ଅଜଣା ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲା। ଏହାପରେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇଥିଲେ।ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ବୃତ୍ତ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ସୁରକ୍ଷାକର୍ମୀଙ୍କୁ ଧନ୍ୟବାଦ ଦେବା ସହ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । କିନ୍ତୁ ଅଜଣା ଦୁର୍ବୃତ୍ତ ଆସି କଣ ପାଇଁ ଗୁଳିମାଡ଼ କରିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

free online course

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar