Tuesday, 15 Oct, 2.51 pm ONA Khabar

ହୋମ
ହେରୋଇନ୍ ମୂଲ୍ୟ ୩ ଲକ୍ଷ

ପୁରୀ : ଦିନକୁ ଦିନ ରାଜ୍ୟରେ ନିଶା ଦ୍ରବ୍ୟ ବ୍ୟବହାରକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି । କମ ବୟସର ପିଲାଙ୍କ ଠାରୁ ଆରମ୍ଭ କରି କଲେଜ ପଢୁଆ ପିଲାମାନେ ମଧ୍ୟ ଧଳା ଜହର , ହିରୋଇନ ଓ ଗଞ୍ଜେଇ ଖାଇବାରେ ମାହିର । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ପୋଲିସ ଗଞ୍ଜେଇ,ହିରୋଇନ ଓ ବ୍ରାଉନସୁଗାର ଚୋରା ଚାଲଣ ଉପରେ ଯେତେ କଡା ନଜର ରଖିଲେ ମଧ୍ୟ ସେମାନେ ତାଙ୍କ ବାଟରେ ବ୍ୟବସାୟ କରୁଛନ୍ତି ।
ତେବେ ନିମାପଡ଼ା ବଜାରରେ ହିରୋଇନ୍ କାରବାର ଚାଲୁଥିବା ନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶରେ ଗତକାଲି ଅବକାରୀ ଅଧୀକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯାଇଥିଲା। ପୁରୀ ଜିଲ୍ଲା ନିମାପଡ଼ାର ଜୟଶ୍ରୀ ସିନେମା ହଲ୍ ନିକଟରୁ ୨୪ ଗ୍ରାମ ହେରୋଇନ ପାଉଡର ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ହେରୋଇନ୍ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଗିରଫ ଦ୍ୱୟ ହେଲେ ଶାନ୍ତନୁ ଶେଖର ଦାସ ଓ ସତ୍ୟ ରଞ୍ଜନ ଦାସ।ଶାନ୍ତୁନ ପୁରୀର ଏକ କଲେଜର ଯୁକ୍ତ ତିନି ତୃତୀୟ ବର୍ଷର ପଦାର୍ଥ ବିଜ୍ଞାନର ଛାତ୍ର। ସତ୍ୟ ରଞ୍ଜନଙ୍କ ସହାୟତାରେ ସେ ପୁରୀ ଓ ନିମାପଡ଼ା ସହରରେ ଦୀର୍ଘ ଦିନ ଧରି ବେଆଇନ ନିଶାଦ୍ରବ୍ୟ କାରବାର କରୁଥିଲା।

ଟ୍ରକ୍ ଧକ୍କାରେ ମହିଳା ପରିବା ବିକାଳୀଙ୍କ ମୃତ୍ୟୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top