ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫ ମଇ ୨୦୨୬ ତାରିଖରେ ଜୋଙ୍କ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳଗୁଡିକୁ ଗସ୍ତ କରିବ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ । ଏହି ଗସ୍ତ ଅନୁଚିତ ଜଳ ପରିଚାଳନା ସମ୍ପର୍କିତ ଗୁରୁତର ଚିନ୍ତାବୋଧକୁ ଦୃଷ୍ଟିରେ ରଖି କରାଯାଉଛି, ଯାହା ଫଳରେ ୪ ହଜାର ହେକ୍ଟରରୁ ଅଧିକ ଧାନ ଚାଷ ପ୍ରଭାବିତ ହୋଇଛି ଏବଂ ୭୦%ରୁ ଅଧିକ ଫସଲ କ୍ଷତି ହେବାର ସମ୍ଭାବନା ରହିଛି ।
ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହିତ ସ୍ଥାନୀୟ ନେତୃତ୍ୱଙ୍କ ଉପସ୍ଥିତି, ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା କୃଷକମାନଙ୍କର କଣ୍ଠସ୍ୱରକୁ ସୁଦୃଢ କରିବା ସହ ତାଙ୍କର ଅଭିଯୋଗଗୁଡିକୁ ସଠିକ ଭାବେ ମୂଲ୍ୟାଙ୍କନ ଓ ସମାଧାନ କରିବାରେ ସହାୟକ ହେବ ।
ନିମ୍ନଲିଖିତ ପ୍ରତିନିଧି ମଣ୍ଡଳୀ ଗସ୍ତ କରିବେ:
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ଏବଂ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ
ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟକ
ଶ୍ରୀ ପ୍ରଦୀପ ଦିଶାରୀ, ବିଧାୟକ ଏବଂ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି
ଶ୍ରୀମତୀ ବର୍ଷା ସିଂହ ବରିହା, ବିଧାୟିକା
ଶ୍ରୀ ସରୋଜ ମେହେର, ପୂର୍ବତନ ବିଧାୟକ ଏବଂ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି
ଶ୍ରୀ ଅବନୀ ରଞ୍ଜନ ଯୋଶୀ, ପ୍ରତିନିଧିମଣ୍ଡଳୀର ସମନ୍ୱୟକାରୀ ଏବଂ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି
ଶ୍ରୀ ମନୋଜ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ, ବିଜେଡି
ଶ୍ରୀମତୀ ଡଲି ମାଝୀ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ନୂଆପଡା
ଶ୍ରୀ ରାଜେଶ ନିଗମ, ରାଜ୍ୟ ସମ୍ପାଦକ, ବିଜେଡି
ଏମ୍ଡି ଜୁନେଦ, ରାଜ୍ୟ ସମ୍ପାଦକ, ବିଜେଡି
ଶ୍ରୀମତୀ ଦୀପିକା ଦୀପ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ, ନୂଆପଡା
ଶ୍ରୀ ମୁରଲୀଧର ଭୋଇ, ଜିଲ୍ଲା ପରିଷଦ ସଦସ୍ୟ
ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ
ଶ୍ରୀମତୀ ଉମା ଠାକୁର, ଜିଲ୍ଲା ପରିଷଦ ସଦସ୍ୟା

