Tuesday, 12 Nov, 11.11 am ONA Khabar

ଓଡ଼ିଶା
ଜମିବାଡି ବିବାଦକୁ କେନ୍ଦ୍ର କରି ଡବଲ ମର୍ଡର

ବାରିପଦା: ମୟୁରଭଞ୍ଜ ଝାରପୋଖରିଆ ଫୁଲଝରଣ ଗାଁରେ ଘଟିଛି ବିଭସ୍ଥ ହତ୍ୟାକାଣ୍ଡ | ଜମି ବିବାଦରୁ ଡବଲ ମର୍ଡ଼ର । ଜମି ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ହତ୍ୟା କରା ଯାଇଥିବାର ଅଭିଯୋଗ ଆସିଛି । ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଗାଁର ସୁରାଇ ଟୁଡୁ ଓ ତାଙ୍କ ପତ୍ନୀ ଲେଗାଇ ଟୁଡୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ । ବହୁ ଖୋଜା ଖୋଜି ପରେ ଉଭୟଙ୍କ ମୃତ ଦେହ ମିଳିବା ପରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଜମି ବାଡ଼ି ବିବାଦରୁ କକାଙ୍କ ପୁଅମାନେ ବାପା-ମାଆଙ୍କୁ ହତ୍ୟା କରିଥିବା ମୃତ ସୁରାଇ ଟୁଡୁଙ୍କ ପୁଅ ଅଭିଯୋଗ କରିଛନ୍ତି । ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ସହ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ ମୃତକଙ୍କ ୩ଜଣ ସମ୍ପର୍କୀୟଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି ।

ଆଜି ଛାଡ଼ଖାଇ; ସକାଳୁ ସକାଳୁ ଜମିଲାଣି ଭିଡ଼

ଛଟେଇ ହେବେ ୧୮୭ ଆଡହକ୍‌ଅଧ୍ୟାପକ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top