ବରଗଡ଼ : କଫ ସିରଫ୍ କାରବାର ଓ ଠକେଇ ମାମଲାରେ ତିନି ଜଣଙ୍କୁ ଅପହରଣ କରିନିଆଯାଇଥିବା ବେଳେ ଅଭିଯୋଗ ପରେ ବରଗଡ଼ ପୁଲିସ ୧୧ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବରପାଲିର ଏସ୍କେ ଅନସର, କାଲିଆ ବାଗ, ରାଜୁ ମେହେର, ସୁରତ ଦାସ, ବରପାଲି ଡୁମେରମୁଣ୍ଡାର ସଞ୍ଜୟ ପ୍ରଧାନ, ସୋହେଲାର ଜିତେନ୍ଦ୍ର ସିଂ ଠାକୁର, ବିଜେପୁରର ରଞ୍ଜନ ପ୍ରଧାନ, ବରଗଡ଼ ପିପିଲିପାଲିର ଦ୍ୱାରିକା ପ୍ରସାଦ ସାହୁ ଓ ଜଗପତୀ ସାହୁ, ବରଗଡ଼ ଡୁମେରପାଲିର ପ୍ରଦୀପ ସାହୁ ଓ ସାହାଜବାହାଲର ସତ୍ୟମ ଦୋରା ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ସେହିପରି ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବରଗଡ଼ ପୁଲିସ ଗୋଟିଏ ଖେଳନା ପିସ୍ତଲ , ତିନୋଟି କାର, ଦୁଇଟି ମୋଟର ସାଇକେଲ ଏବଂ ୧୧ ଟି ମୋବାଇଲ ଜବତ କରିଛି ।