Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାରକୁ ଘୋଷାଡ଼ି ନେଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଦାଦା-ଝିଆରୀ

କାରକୁ ଘୋଷାଡ଼ି ନେଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଦାଦା-ଝିଆରୀ

ONA Khabar 2 weeks ago

ଭୁବନେଶ୍ୱର: ଗଙ୍ଗୁଆ ଓଭର ବ୍ରିଜ ଉପରେ ଦାଦା-ଝିଆରୀଙ୍କୁ ଘୋଷାରି ନେଲା ନରହନ୍ତା ହାଇୱା ଟ୍ରକ୍ । ପୁରୀ କେନାଲ ରୋଡ ଅଭିମୁଖେ ଯିବା ପାଇଁ ଟର୍ଣିଂ କାଟୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକଟି କାରକୁ ଧକ୍କା ଦେବାପରେ ପାଖା ପାଖି ୫୦୦ମିଟର ଘୋଷାଡି ନେଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦାଦା ଏବଂ ଝିଆରୀ ।

ଧକ୍କା ଦେବା ପରେ ଟ୍ରକଟି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ୍ ଟ୍ରକକୁ ପାହାଳ ପାଖରେ ଧରିଥିଲା । ଏହି ଦୁର୍ଘଟଣାରେ ଦାଦା ଝିଆରି ସୁରକ୍ଷିତ ଥିବା ପୋଲିସ୍ ସୂଚନା ଦେଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar