କିସ୍ତୱାଡ: ଜମ୍ମୁ-କଶ୍ମୀରର କିସ୍ତୱାଡ୍ ଜିଲ୍ଲାରେ ବୁଧବାର ବାଦଲଫଟା ବର୍ଷା ଯୋଗୁଁ ହୋନ୍ଜାର ଗ୍ରାମରେ ୭ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ନିଖୋଜ ହୋଇଥିବା ଜଣାପଡିଛି । ଚେନାବ୍ ଉପତ୍ୟକାରେ ପ୍ରବଳ ବର୍ଷା ଯୋଗୁଁ ୮ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବୁଧବାର ଏ ପ୍ରସଙ୍ଗରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାରକାରୀ ଦଳ ଶ୍ରୀନଗର ବିମାନବନ୍ଦରରେ ଅଟକିଥିବା ଜଣାପଡିଛି । ସୂଚନାଯୋଗ୍ୟ ହୋନ୍ଜାର ଗ୍ରାମକୁ ସଡକ ପଥ ନଥିବାରୁ ସେଠାରେ ପହଞ୍ଚିବାକୁ ତିନି ଘଣ୍ଟା ଚାଲିବାକୁୁ ପଡିଥାଏ ।