Saturday, 21 Sep, 1.05 pm ONA Khabar

କ୍ରାଇମ
କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା

ଜୟପୁର : ଦକ୍ଷିଣ ଓଡିଶାରେ ମାଲକାନଗିରି ପରେ ଏବେ କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ନୂଆସାହିର ବିବେକ ବେହେରା ଗତକାଲି ୪ଟି ଅଣ୍ଡା ନିକଟସ୍ଥ ଦୋକାନରୁ କିଣିଥିଲେ। ଏଥିରୁ ୨ଟି ଅଣ୍ଡା ଠିକ୍ ଠାକ୍ ଥିବାବେଳେ ୨ଟି ପ୍ଲାଷ୍ଟିକ୍ ଅଣ୍ଡା ବାହାରିଥିବା ଅଭିଯୋଗ କରିଛନ୍ତି । ଅଣ୍ଡାକୁ ଭାଂଗି ଆମଲେଟ୍ କରିବା ସମୟରେ ଦୁର୍ଗନ୍ଧ ହେବା ସହ ରବର ପରି ଟାଣି ହୋଇ ଯାଉଥିଲା। ଏପରିକି ଏହାକୁ ନିଆଁରେ ପୋଡିବାରୁ ରବର ପରି ନିଆଁରେ ପୋଡି ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସମାନ ଅଭିଯୋଗ କୋରାପୁଟ ସହରରୁ ମଧ୍ୟ ଆସିଛି।

ଚନ୍ଦ୍ରାୟନ-୨ରେ ୯୮% ସଫଳତା ମିଳିଛି : ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ୍

ଜାଣନ୍ତୁ କାହିଁକି ସୈଫ ଅଲ୍ଲୀ ଖାନ ଓ ଅମ୍ରିତା ସିଂହଙ୍କ ମଧ୍ୟରେ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top