Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଗାତାର ବର୍ଷାରେ ଲମତାପୁଟ ଅସ୍ତବ୍ୟସ୍ତ

ଲଗାତାର ବର୍ଷାରେ ଲମତାପୁଟ ଅସ୍ତବ୍ୟସ୍ତ

ONA Khabar 3 months ago

ଲମତାପୁଟ: ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ସୃଷ୍ଟି ହୋଇଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ବଙ୍କା ହୋଇଯାଇଥିବାରୁ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି । ଲଗାତାର ବର୍ଷାର ପ୍ରଭାବରେ ଯୋଗୁ ଅନକାଡେଲି DAV ସ୍କୁଲ ରାସ୍ତା ଉପରେ ଗଛ ଭାଙ୍ଗିଯାଇଛି ।ଫଳରେ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।

ରାସ୍ତା ଅବରୋଧ ଯୋଗୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ତାସହ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ବଙ୍କା ହୋଇଯାଇଛି,ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ସ୍ଥାନୀୟ ଲୋକେ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar