ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ କରାଯାଇଥିବା "ଓଡ଼ିଶା ମୋ ପରିବାର"ର ଦାୟିତ୍ୱ ବମ୍ବେର ପୂର୍ବତନ ପୁଲିସ କମିଶନର ତଥା ଦଳର ନେତା ଅରୁପ ପଟ୍ଟନାୟକଙ୍କୁ ଦେଇଛନ୍ତି । ଅରୁପ ପଟ୍ଟନାୟକ ମୋ ପରିବାରର ଦାୟିତ୍ୱ ନେବା ପରଠାରୁ ସେ ତାଙ୍କ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିଥିବା ଦେଖାଯାଉଛି । ବାସ୍ତବିକ ଓଡ଼ିଶାକୁ ତାଙ୍କର ପରିବାର ଭାବରେ ଗ୍ରହଣ କରିବା ପାଇଁ ସେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ତାଙ୍କ ନିର୍ବାଚନ କ୍ଷେତ୍ର ଭୁବନେଶ୍ୱରରୁ । ପୂର୍ବରୁ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ସହ ଯେତିକି ନିଜକୁ ଯୋଡ଼ୁଥିଲେ ଏବେ ତାହା ଆହୁରି ଜୋରଦାର ହୋଇଛି । ସେ ଏବେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଯାଇ ସାମିଲ ହେଉଛନ୍ତି । କୌଣସି କାର୍ଯ୍ୟକ୍ରମକୁ ସେ ଆଉ ବାଛ ବିଚାର କରୁନାହାଁନ୍ତି ।