Saturday, 21 Sep, 12.51 pm ONA Khabar

ହୋମ
ମହାରାଷ୍ଟ୍ର, ହରିଆନା ଓ ବିଜେପୁର ନିର୍ବାଚନ ଘୋଷଣା

ଭୁବଶ୍ୱେର (ଓଏନଏ) : ଭାରତ ନିର୍ବାଚନ କମିଶନର ମହାରାଷ୍ଟ୍ର ଓ ହରିଆନା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ ତାରିଖରେ ଉଭୟ ରାଜ୍ୟରେ ଗୋଟିଏ ଦିନରେ ସମସ୍ତ ଆସନରେ ଭୋଟ ଗ୍ରହଣ ହେବ । ଚଳିତ ମାସ ୨୭ ତାରିଖରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୨୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏ ନେଇ ଭାରତର ନିର୍ବାଚନ କମିଶନର ସୁନିଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥିସହ ଓଡ଼ିଶାର ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲାଗି ମଧ୍ୟ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ଓ ହରିଆନା ସହ ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବ ଓ ୨୪ରେ ଫଳାଫଳ ପ୍ରକାଶ ପାଇବ । ଏଥିଲାଗି ଚଳିତ ମାସ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନର ଶ୍ରୀ ଆରୋରା ଘୋଷଣା କରିଛନ୍ତି ।ମହାରାଷ୍ଟ୍ରର ୨୮୮ ଆସନ ଓ ହରିଆନାର ୯୦ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ । ମହାରାଷ୍ଟ୍ରର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ରେ ଶେଷ ହେଉଥିଲା ବେଳେ ହରିଆନା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨ରେ ଶେଷ ହେଉଛି । ଏଣୁ ଏହାକୁ ନୂଆ ସରକାର ଗଠନ କରିବାର ଅଛି । ଏଥିପାଇଁ ଚଳିତ ମାସ ୨୭ ତାରିଖରୁ ପ୍ରକ୍ର୍ରିୟା ଆରମ୍ଭ ହେଉଛି । ଅକ୍ଟୋବର ୨୭ରେ ଶେଷ ହେବ ।
ମହାରାଷ୍ଟ୍ର ଓ ହରିଆନା ବିଧାନସଭା
୨୭.୯.୨୦୧୯- ବିଜ୍ଞପ୍ତି ଜାରି
୦୪.୧୦.୨୦୧୯- ପ୍ରାର୍ଥୀପତ୍ର ଦାଖଲ ଶେଷ
୦୫.୧୦.୨୦୧୯- ପ୍ରାର୍ଥୀପତ୍ର ଯାଂଚ
୭.୧୦.୨୦୧୯- ପ୍ରାର୍ଥୀପତ୍ର ପ୍ରତ୍ୟାହାର
୨୧.୧୦.୨୦୧୯- ଭୋଟ ଗ୍ରହଣ
୨୪.୧୦.୨୦୧୯-ଭୋଟ ଗଣତି
ବିଜେପୁର ଉପ-ନିର୍ବାଚନ
୨୩.୦୯.୨୦୧୯- ବିଜ୍ଞପ୍ତି ଜାରି
୦୧.୧୦.୨୦୧୯-ପ୍ରାର୍ଥୀପତ୍ର ଦାଖଲ ଶେଷ
୦୩.୧୦.୨୦୧୯- ପ୍ରାର୍ଥୀପତ୍ର ପ୍ରତ୍ୟାହାର
୨୧.୧୦.୨୦୧୯-ଭୋଟ ଗ୍ରହଣ
୨୪.୧୦.୨୦୧୯-ଭୋଟ ଗଣତି

ଥଣ୍ଡା ପାଣି ଅଧିକ ପିଉଛନ୍ତି କି ? ହୋଇଯାନ୍ତୁ ସାବଧାନ..

ଏସ୍ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କଲେ ମହିଳା କନେଷ୍ଟବଳ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top