Saturday, 21 Sep, 12.27 pm ONA Khabar

ହୋମ
ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା :୧ ଗିରଫ

ଅନୁଗୁଳ : ଅନୁଗୁଳରେ ଜଣେ ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ସୋଲଡ଼ା ଗାଁରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସୋଲଡ଼ା ଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୁବେଇ କୁଙ୍କାଲ ଓ ତାଙ୍କ ବୟସ ୩୬ । ଗତକାଲି ସନ୍ଧ୍ୟାରେ କୈାଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗାଁର ଜଣେ ୪୫ବର୍ଷୀୟ ବ୍ୟକ୍ତି ସୁକୁଦାର ସୋରେନ ବିଧବା ମହିଳା ଗୁବେଇ କୁଙ୍କାଲଙ୍କୁ ଟାଙ୍କିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହି ଗୁବେଇ କୁଙ୍କାଲଙ୍କ ମୃତ୍ୟୁ ଘଟିଛି । ଏହାପରେ ଅଭିଯୁକ୍ତ ସୁକୁଦାର ମହିଳାଙ୍କ ମୃତଦେହକୁ ଗାତ ଖୋଳି ପୋତିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା । ପରେ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।
ଏହା ପରେ ଘଟଣାସ୍ଥଳରେ ପାଳଲହଡ଼ା ପୋଲିସ ପହଂଚି ମୃତ ବିଧବା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି । ମହିଳାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ ପୋଲିସ ହତ୍ୟାକାରୀ ସୁକୁଦାରକୁ ପାଖ ଜଙ୍ଗଲରୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ ।

କୋରାପୁଟରେ ପ୍ଲାଷ୍ଟିକ୍ ଅଣ୍ଡା

ଗିରଫ ହେଲେ ତହସିଲଦାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top