ଭୁବନେଶ୍ୱର : ୨୦୧୨ ମସିହାରେ ଜଣେ ସେଟେଲମେଣ୍ଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୁସମ୍ପତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଦୀର୍ଘ ୯ ବର୍ଷ ଧରି ନିଜର ଭିଟାମାଟି, ଘରଡିହ ଓ ଜମିଜମାକୁ ପୁନଶ୍ଚ ନିଳ ନାମରେ ଫେରାଇ ଆଣିବା ପାଇଁ ଆମେ ସଂଘର୍ଷ କରି ଆସୁଛୁ, ମାତ୍ର ରାଜ୍ୟ ସରକାର ଆମର ଦୁଃଖକୁ ଶୁଣୁନାହାନ୍ତି ବୋଲି ଆଜି ଗୁଆଝର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ଜଟଣୀ ମ୍ୟୁନିସିପାଲିଟି ଓ ତାର ପାର୍ଶ୍ବବର୍ତୀ ୧୩ଟି ଗ୍ରାମ ଯଥା ଚେରୁଆଁ, ହଁସର, ବାଇରଙ୍ଗ, ହରିରାଳପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କଜିଆ, ରଥପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।