ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ କିଛିଦିନ ହେବ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଲୋକମାନେ ହିଂସା ପ୍ରୟାଣ ହୋଇ ବିଭିନ୍ନ ଦାବି କରିବା ସହ ଉତ୍ତେଜନା ମଧ୍ୟ କରୁଛନ୍ତି । ତେବେ ଏହାକୁ ନେଇ ଏବେ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି । ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି । ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାବାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡ଼ିଶା ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ଟ୍ରେନ୍ ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଓଡ଼ିଶା ଦେଇ ଯାଉଥିବା ଟ୍ରେନ ଗୁଡିକୁ ଆଜି ହାଓଡାରୁ ବାତିଲ ହୋଇଛି ।