Saturday, 14 Dec, 4.03 pm ONA Khabar

ହୋମ
ନାଳରୁ ଶିଶୁକନ୍ୟା ଉଦ୍ଧାର

ପଦ୍ମପୁର: ଦିନକୁ ଦିନ ଭ୍ରୁଣ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ଝିଅ ମାନଙ୍କ ପ୍ରତି ଅସଦାଚରଣ, ଅନ୍ୟାୟ ହେଉଛି । ତେବେ ଅଧିକାଂଶ ସମୟରେ କନ୍ୟା ଭ୍ରୁଣ ହତ୍ୟା ହେଉଛି ତ କେବେ ଜବଜାତ ଶିଶୁ କନ୍ୟାକୁ ନାଳ, ଡଷ୍ଟବିନରେ ଫୋପାଡି ଦେଉଛନ୍ତି । ତେବେ ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ପାଖରେ ଥିବା ଡ୍ରେନରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଆଜି ଭୋର ୫ଟା ବେଳେ ଶମ୍ଭୁ ନାମକ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଶୌଚ ପାଇଁ ଯାଉଥିଲେ । ଏହି ସମୟରେ ଶିଶୁର କାନ୍ଦ ଶୁଣି ଚାରିଆଡ଼େ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଏକ ପ୍ଲାଷ୍ଟିକ୍ ବସ୍ତାରେ ଶିଶୁକୁ କାଦୁଅରେ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ସେ ନିକଟସ୍ଥ ସାହି ବାସିନ୍ଦାଙ୍କୁ ଖବର ଦେଇଥିଲେ । ଶିଶୁଟିକୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ ପିଲାଟିର ବାପା ମା ତାକୁ ଏଠାରେ ପକାଇଛନ୍ତି କି ଆଉ କିଏ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି ।

ପୁଣି ଲଜ୍ଜା : ଯୁବତୀଙ୍କୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ପୁଣି ସରକାରଙ୍କ ୫-ଟି ଉପରେ ଉଠିଲା ପ୍ରଶ୍ନ

ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top