Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯ !

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯ !

ONA Khabar 1 week ago

କାଠମାଣ୍ଡୁ: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଆହୁରି ଅନେକ ହଜାର ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବହୁ ଜନବସତି, ସଡ଼କ, ବ୍ରିଜ୍‌ ଓ ଜଳବିଦ୍ୟୁତ୍‌ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି।

ପୁଣି ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ତଲାସି ଓ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକମାନଙ୍କୁ ସତର୍କ ରହିବାକୁ ଏନ୍‌ଡିଆର୍‌ଆର୍‌ଏମ୍‌ଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଭୋଟେକୋଶୀ ଏବଂ ତ୍ରିଶୂଳୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ କୌଣସି ବିପଦର ସମ୍ମୁଖୀନ ହେଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି।ତିବ୍ବତ ପାର୍ଶ୍ୱରେ ଏକ ନଦୀବନ୍ଧ ପୁଣି ଭାଙ୍ଗିଥିବା ଶୁକ୍ରବାର ସକାଳେ ଖବର ମିଳିବା ପରେ ନେପାଳ ପୋଲିସ ସତର୍କ ସୂଚନା ଜାରି କରିଥିଲା। ତେବେ ତିବ୍ବତରେ କୌଣସି ନଦୀବନ୍ଧ ଭାଙ୍ଗି ନ ଥିବା ସରକାର ପରେ ସ୍ପଷ୍ଟ କରିଥିଲେ। ଗ୍ଲେସିୟର ଧସି ପାଣି ସହ କାଦୁଅ ମିଶି ବିଭିନ୍ନ ସ୍ଥାନରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିବା ସରକାରଙ୍କ ମୁଖପାତ୍ର ତଥା ଶିକ୍ଷାମନ୍ତ୍ରୀ ସସ୍ମିତା ପୋଖାରେଲ୍‌ କହିଛନ୍ତି। ତୁରନ୍ତ କୌଣସି ବଡ଼ ବିପଦ ନ ଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି।ନେପାଳ ପୋଲିସର ସୂଚନା ଅନୁଯାୟୀ, ନେପାଳର ୮ ଜିଲାରୁ ମୋଟ ୫୪୭ ମୃତଦେହ ମିଳିଛି। ନଓ୍ବାଲପାରସି ଇଷ୍ଟରୁ ୧୩୪ ମୃତଦେହ ମିଳିଥିବାବେଳେ ଚିଟ୍ବାନରୁ ୨୨୧, ଗୋର୍ଖାରୁ ୪୪ ଏବଂ ନୁଓ୍ବାକୋଟ୍‌ରୁ ୩୮ ମୃତଦେହ ମିଳିଛି। ସେହିପରି ଧାଡ଼ିଙ୍ଗ୍‌ରୁ ୪୦, ଟାନୁରୁ ୨୯, ନଓ୍ବାଲପାରସି ଓ୍ବେଷ୍ଟରୁ ୨୮ ଏବଂ ରାସୁଓ୍ବାରୁ ୧୩ ମୃତଦେହ ମିଳିଛି। ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ଗିରୋଙ୍ଗ କାଉଣ୍ଟିରେ ୫ ଜଣ ବନ୍ୟାରେ ପ୍ରାଣ ହରାଇଥିବା ଚାଇନା କର୍ତ୍ତୃପକ୍ଷ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar