Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ବନ୍ୟାରେ ନିଖୋଜ ଓଡ଼ିଆ ପରିବାର!

ନେପାଳ ବନ୍ୟାରେ ନିଖୋଜ ଓଡ଼ିଆ ପରିବାର!

ONA Khabar 3 weeks ago

ନୂଆଦିଲ୍ଲୀ: ନେପାଳ ବନ୍ୟାରେ ଶତାଧିକ ଲୋକେ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ଅଛନ୍ତି । ବ୍ରିଟେନ୍‌ରେ ରହୁଥିବା ଓଡ଼ିଆ ପରିବାର ନେପାଳ ବୁଲିବାକୁ ଆସିଥିବା ବେଳେ ଭୟଙ୍କର ବନ୍ୟାରେ ନିଖୋଜ ଅଛନ୍ତି । ଇଂଲଣ୍ଡର ସରେ ସହରରୁ ନେପାଳ ବୁଲିବାକୁ ଆସି ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ପରିବାରର ୪ ସଦସ୍ୟ। ନିଖୋଜଙ୍କ ମଧ୍ୟରେ ପୂର୍ବତନ ମିସେସ୍‌ ଇଣ୍ଡିଆ ୟୁକେ ମଧ୍ୟ ରହିଛନ୍ତି ।

ପୂର୍ବତନ ମିସେସ୍‌ ଇଣ୍ଡିଆ ୟୁକେ ସୁରଭି ସାହୁ, ତାଙ୍କ ସ୍ୱାମୀ ସନ୍ତୋଷ, ପୁଅ ସ୍ପନ୍ଦନ, ଓ ଝିଅ ସାଇନା ନିଖୋଜ ଅଛନ୍ତି। ନେପାଳ-ଚୀନ୍‌ ସୀମା ପାର ହୋଇ ସମସ୍ତେ ଏକ ରୋମାଞ୍ଚକର ଟ୍ରେକ୍‌ରେ ଯାଇଥିଲେ। ସୁରଭି ଓ ତାଙ୍କ ସ୍ବାମୀ ଲଣ୍ଡନରେ ଏକ ସଫଳ ଟେକ୍ନୋଲୋଜି କମ୍ପାନି ଚଳାଉଥିଲେ। ସମସ୍ତେ ଗତ ସପ୍ତାହରେ ଭାରତ ଆସିଥିଲେ ଏବଂ ପରେ ନେପାଳ ଗସ୍ତରେ ଯାଇଥିଲେ। ମାତ୍ର ନେପାଳରେ ଭୟଙ୍କର ବନ୍ୟାରେ ସମସ୍ତେ ନିଖୋଜ ହୋଇଯାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar