Monday, 30 Sep, 12.51 pm ONA Khabar

ଓଡ଼ିଶା
ନିହାରିକା ହତ୍ୟା ମାମଲା:ଭଡା ଘରକୁ ସିଲ୍ କଲା ପୋଲିସ

କଟକ:ନର୍ସ ନିହାରିକା ହତ୍ୟାଘଟଣା ଏବେ ବି ରହସ୍ୟ ଘେରରେ ରହିଛି ।ଏହି ଘଟଣାରେ ପୋଲିସ ମୃତ ନିହାରିକାଙ୍କ ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲକୁ ଗିରଫ କରିଥିଲେ ମଧ୍ୟ ହତ୍ୟାକାଣ୍ଡର ପୂରା ରହସ୍ୟ ଏ ଯାଏଁ ଖୋଲିପାରି ନାହିଁ ।ନିହାରିକାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୁକ୍ତ ରାଜା ବୟାନ ଦେଇଥିଲା କିନ୍ତୁ ଯେଉଁ ଘରେ ତାଙ୍କୁ ହତ୍ୟା କରାଯାଇଛି ସେଠାରେ ରକ୍ତ ଛିଟା ମିଳିବା ପରେ ପୋଲିସର ତଦନ୍ତ ଏବେ ଭିନ୍ନ ମୋଡ ନେଇଛି ।ତେବେ ଅଧିକ ତଦନ୍ତ କରିବା ପାଇଁ ପୋଲିସ ନିହାରିକାଙ୍କୁ ହତ୍ୟା କରାଯାଇଥିବା ଘରକୁ ସିଲ କରିଛି ।ବିରିଡି ଥାନା ପୋଲିସର ଏକ ଟିମ ଏହି ଘଟଣାର ଅଧିକ ଜଦନ୍ତ କରିବା ପାଇଁ ରବିବାର ଅପରାହ୍ନରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗର ଅଞ୍ଚଳରେ ଥିବା ଉକ୍ତ ଘରକୁ ସିଲ କରିଛି ।
ସୂଚନାନୁଯାୟୀ, ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ବିରିଡି ପୋଲିସ ଗତ ୨୧ତାରିଖରେ ରାଜାକୁ ଗିରଫ କରିଥିଲା । କିନ୍ତୁ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ରାଜା ବ୍ୟତୀତ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ନିହାରିକାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ଅପର୍ଣ୍ଣା ନଗର ସ୍ଥିତ ଯେଉଁ ଘରେ ନିହାରିକାଙ୍କୁ ହତ୍ୟା କରାଯାଇଥିଲା ସେଠାକୁ ଯାଇ ପୋଲିସ ପୁଣି ଥରେ ଖୋଳତାଡ ଆରମ୍ଭ କରିଛି ।ଅଧିକ ତଥ୍ୟ ପ୍ରମାଣ ଯୋଗାଡ କରିବା ଲାଗି ଗତ ୨୪ତାରିଖରେ ବିରିଡି ପୋଲିସ ଫରେନ୍ସିକ ଟିମ ସହ ଏକ ପାଞ୍ଚ ଜଣିଆ ଟିମ ଅପର୍ଣ୍ଣାନଗର ସ୍ଥିତ ସେହି ଘରକୁ ଯାଇ ଛାନଭିନ କରିଥିଲା ।ପୋଲିସ ଯାଞ୍ଚ କରିବା ପରେ ଯେଉଁ ଘରେ ନିହାରିକାଙ୍କୁ ହତ୍ୟା କରାଯାଇଥିଲା ସେହି ରୁୁମର କାନ୍ଥରେ ରକ୍ତ ଛିଟା ଓ ରକ୍ତ ଲଗା କପଡା ମିଳିଥିଲା ।ଫରେନ୍ସିକ ଟିମ ଏହି ରକ୍ତ ନମୁନାକୁ ସଂଗ୍ରହ କରି ପରୀକ୍ଷାଗାରାକୁ ପଠାଇଛି ।

ଆଜିର ରାଶିଫଳ :

ଶ୍ରମିକଙ୍କ ମୂଳ ଆକାଂକ୍ଷା ପୂରଣ ବିନା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top