Dailyhunt
ନିର୍ମାଣ ବିଭାଗ ଅଧିନସ୍ଥ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ନିର୍ମାଣ ବିଭାଗ ଅଧିନସ୍ଥ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ONA Khabar 2 weeks ago

• ସଫଳ ରୂପାୟନ ନେଇ ପ୍ରସ୍ତୁତ ହେବ ତିନି ବର୍ଷିଆ ଯୋଜନା• ରାସ୍ତା ପ୍ରଶସ୍ତିକରଣ ଓ ନିୟମିତ ମରାମତି ଉପରେ ଗୁରୁତ୍ୱ
• ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
• ପ୍ରମୁଖ ମନ୍ଦିରଗୁଡ଼ିକର ଉନ୍ନତିକରଣ ନେଇ ବୈଠକରେ ଆଲୋଚନା
• ରାସ୍ତା କଡ଼ରେ ସର୍ବନିମ୍ନ ସୁବିଧା ଉପଲବ୍ଧ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି । ବର୍ତ୍ତମାନ ରାଜ୍ୟରେ ଅନେକଗୁଡ଼ିଏ ବୃହତ ପ୍ରକଳ୍ପ ଚାଲୁ ରହିଥିବାବେଳେ ଆଗାମୀ ଦିନରେ ଆହୁରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟର ଜନସାଧାରଣଙ୍କୁ ସର୍ବଶ୍ରେଷ୍ଠ ଓ ଗୁଣାତ୍ମକ ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଲ୍ଲେଖ କରିଛନ୍ତି ।

ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ ଚାଲୁ ରହିଥିବା ରାଜ୍ୟ ରାଜପଥ ପ୍ରକଳ୍ପ, ଓବିସିସି ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପ, ଭୁବନେଶ୍ୱର, ସମ୍ବଲପୁର, କଟକ, ରାଉରକେଲା, ପୁରୀ, ବାଲେଶ୍ୱର, କେଉଁଝର ଏବଂ ବ୍ରହ୍ମପୁର ଆଦି ସହରରେ ଗମନାଗମନ କ୍ଷେତ୍ରରେ ଭିଡ଼ ହ୍ରାସ ପାଇଁ ଜାରି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା କରିଥିଲେ । ବୈଠକରେ ଆଗାମୀ ତିନି ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରି ଏହାର ରୂପାୟନ, ପ୍ରମୁଖ ମନ୍ଦିରଗୁଡ଼ିକର ଉନ୍ନତିକରଣ, ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ, ନିୟମିତ ମରାମତି ସହ ରାସ୍ତା ପାଶ୍ୱର୍ରେ ସର୍ବନିମ୍ନ ସୁବିଧା ପାଇଁ "Way Side Amenity center" ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ପ୍ରାୟ ୩୩୦୦ କିମି ରାସ୍ତାର ଉନ୍ନୟନ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରଞ୍ଜନ ଦାସ, ଇଆଇସି ସିଭିଲ୍‌ ଇଂ ସତ୍ୟବ୍ରତ ବେହେରା, ଇଆଇସି ଡିଜାଇନ୍‌, ପ୍ଲାନିଂ ଓ କୋର୍ଡିନେସନ୍‌ ଇଂ ସମୀର ହୋତା, ଉପଦେଷ୍ଟା ଜେ.କେ. ଦାସ, ଇଆଇସି, ରୋଡସ୍‌ ଇଂ ଧ୍ୟାନଚାନ୍ଦ ନାୟକ, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତିରଞ୍ଜନ ବେହେରା, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ ଇଂ ନାରାୟଣ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଇଂ ଶିବବ୍ରତ ତରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar