Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କରେ ଜଣଙ୍କର ମୃତ୍ୟୁ

ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କରେ ଜଣଙ୍କର ମୃତ୍ୟୁ

ONA Khabar 3 weeks ago

ଭୁବନେଶ୍ୱର : ଓଡ଼ିଶାରେ ସ୍କ୍ରବ ଟାଇଫସ୍ ଆତଙ୍କ । ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ସୁମନ୍ତ ସେଠୀ ବୋଲି ଜଣାପଡ଼ିଛି । ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା ।

ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ ।ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପାଲଲହଡ଼ା ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି, ଯେ ସ୍ଥିତି ସମ୍ପର୍କରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କ ସହ କଥା ହୋଇଛନ୍ତି । ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଯେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି। ଆକ୍ରାନ୍ତମାନଙ୍କୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଖପାଖ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି ଏବଂ ଆବଶ୍ୟକୀୟ ଡାକ୍ତରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar