ମୟୂରଭଞ୍ଜ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପଡ଼ିଆରୁ ନବଜାତ ଶିଶୁ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ସାନମୌଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । କେହି ଜଣେ ନିଜର ଦୁଇ ଦିନର ଶିଶୁକନ୍ୟାକୁ ଏକ ପଡ଼ିଆରେ ଫିଙ୍ଗି ଦେଇ ଚାଲିଯାଇଥିଲା । ଗତକାଲି କିଛି ପିଲା ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ।

