ଭୁବନେଶ୍ୱର: ଗୋଟିଏ ପରାଜୟ ଆଉ ଖଣ୍ଡ ବିଖଣ୍ଡିତ ବିଜେଡି । ଆଉ ଏହାରି ଭିତରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ଦଳ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥର ମଇଦାନକୁ ନବୀନ ପଟ୍ଟନାୟକ ଓହ୍ଲାଉଥିବା ଖବର ମିଳିଛି । ଏହି କ୍ରମରେ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରିବେ । ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ ।

