ଭୁବନେଶ୍ବର: ତୃଣମୂଳସ୍ତରରେ ବିଜେଡି ସଙ୍ଗଠନ ଦୋହଲିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲାରେ ଦଳୀୟ ନେତା ଓ କର୍ମୀ ଶାସକ ଦଳ ମୁହଁା ହେଉଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡି ପାଇଁ ଏହା ଚିନ୍ତାର କାରଣ ହୋଇଛି। ଦଳ ଏବେ କ୍ଷମତାରେ ନଥିବାବେଳେ ପଞ୍ଚାୟତ ନିର୍ବାଚନର ସମ୍ମୁଖୀନ ହେବ। ଏଭଳି ସ୍ଥିତିରେ ସଙ୍ଗଠନକୁ ସଜାଡ଼ିବା ସହ ଦଳୀୟ ଭୋଟ୍ବ୍ୟାଙ୍କକୁ ପୁଣିଥରେ ମଜଭୁତ କରିବାକୁ ଦଳ ଲକ୍ଷ୍ୟ ରଖିଛି।

