Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାକ୍ ଅଧିକୃତ କାଶ୍ମୀରର ଯୁବକ ଗିରଫ, ପ୍ରେମିକାକୁ ଭେଟିବାକୁ ଏଲଓସି ପାର୍ କରିଥିଲେ

ପାକ୍ ଅଧିକୃତ କାଶ୍ମୀରର ଯୁବକ ଗିରଫ, ପ୍ରେମିକାକୁ ଭେଟିବାକୁ ଏଲଓସି ପାର୍ କରିଥିଲେ

ONA Khabar 2 weeks ago

ଜାମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସ୍ଥିତ ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ପାର୍ ହୋଇ ଭାରତୀୟ ସୀମାରେ ପ୍ରବେଶ କରିଥିବା ଜଣେ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ର ଯୁବକଙ୍କୁ ସେନା ପକ୍ଷରୁ ଗିରଫ କରାଯାଇଛି । ଶନିବାର ସକାଳେ ଘଟିଥିବା ଏହି ଘଟଣା ସମ୍ପର୍କରେ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗିରଫ ଯୁବକ ଜଣକ ପିଓକେର ମୁଜାଫରାବାଦ ଜିଲ୍ଲା ଅନ୍ତର୍ଗତ ପାଇନକାଡି ଗ୍ରାମର ଲାଲ୍ ଦିନ ମିରଙ୍କ ୨୫ ବର୍ଷୀୟ ପୁତ୍ର ଜୀଶାନ ଅହମ୍ମଦ ମିର ବୋଲି ଚିହ୍ନଟ କରାଯାଇଛି।

ଶନିବାର ସକାଳ ପ୍ରାୟ ୯:୩୦ ସମୟରେ ଜୀଶାନ ବେଆଇନ ଭାବେ ସିଲିକୋଟ ସୀମାନ୍ତ ଅଞ୍ଚଳ ଦେଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ସେଠାରେ ମୁତୟନ ଥିବା ଭାରତୀୟ ସେନାର ”୧୨ ଗ୍ରେନେଡିୟର୍ସ” ୟୁନିଟର ଯବାନମାନେ ତାଙ୍କୁ କାବୁ କରିଥିଲେ ।

ସେନା ଓ ସୁରକ୍ଷା ସଂସ୍ଥା ପକ୍ଷରୁ କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଅନୁପ୍ରବେଶ ପଛରେ କୌଣସି ସାମରିକ ବା ଆତଙ୍କବାଦୀ ଉଦ୍ଦେଶ୍ୟ ନଥିଲା, ବରଂ ଏହା ଏକ ପ୍ରେମ ବ୍ୟାପାର ସହ ଜଡ଼ିତ । ଜୀଶାନ ଉରି ଅଞ୍ଚଳର ତିଲେଇ ଗ୍ରାମରେ ରହୁଥିବା ଅବଦୁଲ ମଜିଦ ମିରଙ୍କ କନ୍ୟା ଇରମ ବାନୋ ନାମକ ଜଣେ ମହିଳାଙ୍କୁ ଭେଟିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଏଲଓସି ପାର୍ କରିଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ପ୍ରେମ ସମ୍ପର୍କ ଯୋଗୁଁ ହିଁ ଯୁବକ ଜଣକ ସୀମା ଡେଇଁଥିବା ଜଣାପଡ଼ିଛି । ବର୍ତ୍ତମାନ ଭାରତୀୟ ସେନା ପିଓକେ ଯୁବକ ଜୀଶାନ ଓ ସ୍ଥାନୀୟ ମହିଳା ଇରମ ଉଭୟଙ୍କୁ ନିଜ ହେପାଜତକୁ ନେଇ ପୃଥକ ଭାବେ ପଚରାଉଚରା କରୁଛି । ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ଥିବା ସତ୍ତ୍ୱେ ଯୁବକ ଜଣକ କିଭଳି ଓ କେଉଁ ପରିସ୍ଥିତିରେ ସୀମା ପାର୍ ହେବାରେ ସଫଳ ହେଲେ ଏବଂ ଏହା ପଛରେ ଅନ୍ୟ କୌଣସି ଗୁପ୍ତଚର ସଂପୃକ୍ତି କିମ୍ବା ରଣନୈତିକ କାରଣ ରହିଛି କି ନାହିଁ, ସେ ସମସ୍ତ ଦିଗକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଗଭୀର ତଦନ୍ତ ଚଳାଇଛନ୍ତି । ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar